ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ ଥିବାବେଳେ ଆଜି ଭିଜିଲାନ୍ସ ରେଡ୍‌ କରିଥିଲା ।

ବାବୁ ଜଣଙ୍କ ଜଙ୍ଗଲ ବିଭାଗ ଅଧିନରେ ଠିକା କାମ ଦେବା ବାବଦକୁ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ତିନି ଶହ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ନଗଦ ଏକ ଲକ୍ଷ ତିନି ସହ ଟଙ୍କା ଜବତ କରିଥିଲା । ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ତାଙ୍କର ସରକାରୀ ଆବାସରୁ 17 ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.