ମହାପ୍ରଭୁ ଜଗନ୍ନାଥ ନିଜେ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି: ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ପୁଣି ତାଙ୍କର ମତ ରଖିଛନ୍ତି । ସାଂସଦ ପୁଣି ଥରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ଦେଖିବାକୁ ମିଳିଛି । ଏଏସଆଇର ସତ୍ୟପାଠ ଦାଖଲ ପାରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା ।

ଟ୍ୱିଟରେ ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜେ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏଏସଆଇର ରିପୋର୍ଟରେ ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ବିଷୟରେ ଉଲ୍ଳେଖ ରହିଛି । କୀର୍ତ୍ତିରାଜି ଉପରେ ପ୍ରଭାବ ପଡ଼ିବ କି ନାହିଁ ସେ ନେଇ ଅନୁଧ୍ୟାନ ହୋଇନାହିଁ । କେବଳ ବେଆଇନ୍‌ କାର୍ୟ୍ୟରୁ ନିଜକୁ ରକ୍ଷା କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ଅପରାଜିତା ସିଧାସିଧା ରାଜ୍ୟ ସରକାରଙ୍କୁ ଆଇନର ପାଠ ପଢ଼ାଇଛନ୍ତି । ଖାଲି ସେତିକି ନୁ‌ହେଁ ଏହି ବେଆଇନ୍‌ ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଟ୍ୱିଟ୍‌ କରି ଅପରାଜିତା ରୋକ୍ ଠୋକ ସରକାରଙ୍କୁ କହିଛନ୍ତି ।

nis-ad
Leave A Reply

Your email address will not be published.