ସ୍ବସ୍ତି ଚିଲିକା ରିସର୍ଟ ନିକଟରୁ ମୃତ ଡ଼ଲଫିନ ଉଦ୍ଧାର

ଖଲ୍ଲିକୋଟ(୮/୫) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମ ଠାରେ ଥିବା ସ୍ବସ୍ତି ଚିଲାକା ରିସର୍ଟ ନିକଟସ୍ଥ ଚିଲିକା କୂଳରେ ଏକ ମୃତ ଡଲଫିନ ପଡିଥିବା ଜଣାପଡିଛି l ରବିବାର ଦିନ କୌଣସି କାରଣରୁ ଏକ ଡ଼ଲଫିନ ମେସିନ ଡଙ୍ଗା କିମ୍ବା ଲଞ୍ଚ ଧକ୍କା କିମ୍ବା ଅସହ୍ୟ ଗରମ ଯୋଗୁ ଡ଼ଲଫିନ ଟି ମୃତ୍ୟୁ ବରଣ କରିବା ପରେ ଭାସି ଆସି ଚିଲିକା କୁଳ ରେ ଲାଗିଥିଲା | ପରେ ସ୍ବସ୍ତି ହୋଟେଲ କର୍ମଚାରୀ ମାନେ ଦେଖିବା ପରେ ଗ୍ରାମବାସୀ ମାନେ ମୃତ ଡ଼ଲଫିନ ଟିକୁ ଚିଲିକା କୂଳକୁ ଆଣିଥିଲେ l ମୃତ ଡ଼ଲଫିନ ର ଓଜନ ପ୍ରାୟ ୧୫୦ କେ ଜି ହୋଇଥିବା ବେଳେ ଲମ୍ବା ପ୍ରାୟ ସାଢେ ଚାରିଫୁଟ ଥିବା ଜଣାପଡିଛି l ଡ଼ଲଫିନ ଟି ଦୀର୍ଘ ସମୟ ଧରି ଚିଲିକା କୂଳରେ ପଡିଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଖରେ ଖବର ନଥିଲା l ଚିଲିକା ରେ କ୍ରମଶଃ ଡ଼ଲଫିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ବର୍ତ୍ତମାନ ବନ୍ୟପ୍ରାଣୀ ଡିଭିଜନ ରେ ପ୍ରାୟ ୧୬୦ ଗୋଟି ଡ଼ଲଫିନ ଥିବା ବେଳେ ଗତ କିଛି ଦିନ ତଳେ ରମ୍ଭା ଚିଲିକା କୂଳରେ ଏକ ଡ଼ଲଫିନ ମୃତ୍ୟୁ ବରଣ କରିଥିଲା l

nis-ad
Leave A Reply

Your email address will not be published.