ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟ ଯାତ୍ରା

ଛତ୍ରପୁର : ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଙ୍କ ଆଜି ସନ୍ଧ୍ୟାରେ ପ୍ରଥମ ଘଟଯାତ୍ରା ଅନୁଷ୍ଠିତ ହେଉଅଛି । ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚାଲିଛି । ଅସ୍ଥାୟୀ ଆଡ଼ପ ଘରେ ବିଜେ କରି ଗୋଟିଏ ଦିନର ବିଶ୍ରାମ ବିରତି ପରେ ତହିଁଆର ଦିନ ଅର୍ଥାତ ତୃତୀୟ ଦିବସରୁ ବୈଧାନିକ ପ୍ରଥା ଅନୁସାରେ ଦେବୀଙ୍କ ଘଟ ଯାତ୍ରା ଆରମ୍ଭ ହୁଏ । ରବିବାର ପୂର୍ବାହ୍ନରେ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିରରୁ ଚିତାକର୍ଷକ ନଅ ଗୋଟି ମାଟି କଳସ ପାରମ୍ପରୀକ ପ୍ରଥାରେ ବର୍ଣ୍ଣାଢ଼୍ୟ ଉତ୍ସାହ ଉଦ୍ଧିପନା ର ସହ ଦେବୀଙ୍କ ଅସ୍ଥାୟୀ ଆଡ଼ପ ଘର କୁ ଅଣାଯାଇଥିଲା । ଆଜି କଳସ ସଂସ୍ଥାପନା କରାଯାଇ ଦଶମହାବିଦ୍ୟା ପୂଜାପଦ୍ଧତିରେ ଠାକୁରାଣୀ ଙ୍କ ସହଚରୀ ଭାବେ ନାମିତ କରାଯିବ । ଯଥା- ମହାକାଳୀ, ତରାଦେବୀ,ଷୋଡଶୀ, ଭୁବନେଶ୍ୱରୀ, ଚ୍ଛିନ୍ନମସ୍ତା, ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ଅ
ନଅଗୋଟି ହାଣ୍ଡି ଓ ଏକ ଫୁଲ ଚାଙ୍ଗୁଡା ସହ ଘଟ ସ୍ଥଳରେ ଏକ କାଳିକା ମୁଖା ପୂଜାର୍ଚ୍ଚନା ପାଇବେ ବୋଲି ବିଧି ରହିଛି । ଦେବୀଙ୍କ ପୂଜାରୀତିନୀତି ରେ ଅନେକ ଲୋକକଥା ର ଶାସ୍ତ୍ରମତ ରହିଛି । ତଦନୁସାରେ ସମ୍ପାଦିତ ହୋଇଆସୁଅଛି । ଦୈନିକ ସନ୍ଧ୍ୟାରେ ଦେବୀଙ୍କ ଚାଉଳ ଓ ନଡ଼ିଆ ପୂର ଦିଆ ମଣ୍ଡା ପିଠା ଭୋଗ ଲାଗେ । ଏହା ଠାକୁରାଣୀଙ୍କ ଜଳଖିଆ ସଦୃଶ ଅଟେ ।
ପ୍ରଥମ ଘଟଯାତ୍ରା ରିକାପଲ୍ଲୀ ଅଭିମୁଖେ ବାହାରି ସ୍ବର୍ଗୀୟ ପ୍ରତିଷ୍ଠିତ ବ୍ୟକ୍ତି Y.କାମରାଜୁ ଙ୍କ ବାସଭବନ କୁ ଆସି ଶାକରି ନୈବେଦ୍ୟ ରାଜଭୋଗ ସାରି ବାପଘର କୁ ପ୍ରତ୍ୟାଗମନ କରିବେ । ଦ୍ୱିତୀୟ ଦିବସରେ ଅପରବସଷ୍ଟାଣ୍ଡ ଅଭିମୁଖେ ଯାତ୍ରା କରି ପୂର୍ଵତନକର୍ତ୍ତା ଶ୍ରୀମାନ ପାଣିଗ୍ରାହୀ ଙ୍କ ଭୋଗ ସାରି ଦେବୀ ଭଗବତୀ ଅସ୍ଥାୟୀ ଆଡ଼ପ ଘରକୁ ଫେରିଯିବେ । ତା’ପରଠାରୁ ଯାତ୍ରା କମିଟୀ ଙ୍କ ଦ୍ଵାରା ନିର୍ଦ୍ଧାରଣ କ୍ରମେ ଦୈନିକ ତାଲିକା ଅନୁଯାୟୀ ଦେବୀଙ୍କ ମାସବ୍ୟାପି ଘଟଯାତ୍ରା ସମ୍ପନ୍ନ ହୋଇଥାଏ ।

nis-ad
Leave A Reply

Your email address will not be published.