ବାଲିବୋଝେଇ ଟ୍ରାକ୍ଟର ଓଲଟିଲା, ଚାଳକ ମୃତ

ପାତ୍ରପୁର (୮/୫) : ପାତ୍ରପୁର ବ୍ଲକ ତୁରିବୁଡିରୁ ଗଜପତି ଜିଲ୍ଲା ମାହେନ୍ଦ୍ରଗଡ଼ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ବାଲି ନେଉଥିବାବେଳେ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ମୁନା ନାଇକ ୨୩ବର୍ଷ ବୋଲି ଜଣାପଡ଼ିଛି।

ତୁରିବୁଡି ଇନ୍ଦିରା ଆବାସ କଲୋନୀ ର ଦଳିତ ଯୁବକ ମୁନା ଆଜି ଭୋର ସମୟରେ ବାଲି ବୋଝେଇ କରି ମହେନ୍ଦ୍ର ଗଡ଼ ଅଞ୍ଚଳକୁ ନେଉଥିଲେ।ଏହି ସମୟରେ ଝଗଡା ପଲ୍ଲୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ଶୁଣି ଲୋକମାନେ ତାଙ୍କର ମୃତଦେହକୁ ଘରକୁ ନେଇଆସିଥିଲେ।ଖାରିଆଗୁଡା ଫାଣ୍ଡିଅଧିକାରୀ ପ୍ରଫୁଲ୍ଲ କୁମାର ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଛନ୍ତି।ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.