ନିଆଁଲାଗି ପୋଡି ପାଉଁଶ ହେଲା ଘର, ସବୁ ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡି,(୮/୫) : ଦାରିଙ୍ଗବାଡି ବ୍ଲକର ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗେରମାହା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଜସେଫ ପ୍ରଧାନଙ୍କ ଘରେ ନିଆଁ ଲାଗି ଯାଇଥିବା ଫଳରେ ସବୁ ଅର୍ଜିତ ସବୁ ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି । ଜସେଫ ଓ ତାଙ୍କ ପରିବାର ସଦସ୍ୟ ଘର ବାହାରେ କାମ କରିବା ସମୟରେ ଦିନ ୧୨ ଘଣ୍ଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ଏହାପରେ ଘରେ ଥିବା ଗ୍ୟାସ ହାଣ୍ଡି ଫାଟିଗଲା ଫଳରେ ନିଆଁକୁ ଆଉ ଆୟତ୍ତ କରିହେଲା ନାହିଁ । ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘର ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଥିଲା। ଘରେ ଥିବା ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା, ସୁନା ୬୦ ଗ୍ରାମ, ରୁପା ଟଙ୍କା ୩୦ ଗୋଟି ସହ ପାଉଁଜି, ଚାଉଳ ୧୦ କ୍ୱିଣ୍ଟାଲ, ଧାନ ୧୦୦ ବସ୍ତା, ଚୁନା ମିଲ , ୨୫ ଗୋଟି ପିତଲ ମାଠିଆ, ୬୦ ହଜାର ଟଙ୍କାର କ୍ୟାସିଅ, ୫ ଗୋଟି ଆଣ୍ଡ୍ରଏଡ ମୋବାଇଲ, ସୋଲାର ପ୍ଲେଟ, ସହ ଘରେ ଥିବା ବିଭିନ୍ନ ଜରୁରୀ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଗଲା। ଜସେଫ ଏବେ ଦୁଃଖରେ ଭାଙ୍ଗିପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବସି ଦାବି କରିଛନ୍ତି।

nis-ad
Leave A Reply

Your email address will not be published.