ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ କଲା କେନ୍ଦୁଝର ରଥ

କେନ୍ଦୁଝର: ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲା କେନ୍ଦୁଝରର ରଥ। ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ।୪ଶହ ବର୍ଷରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ ସମସ୍ତେ ବେଶ୍‌ ଉତ୍ସାହିତ ଥାନ୍ତି। ତେବେ ଏହି ରଥକୁ ବିଶ୍ୱର ସର୍ବବୃହତ ରଥ ଭାବେ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଆଦିବାସୀ ପରମ୍ପରାରେ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ ।୭୨ଫୁଟ ଉଚ୍ଚତାର ଏହି କାଠ ରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେର୍କଡସ, ଏସିଆ ପାସିଫିକ ରେର୍କଡ, ଇଣ୍ଡିଆ ନେସନାଲ ରେକର୍ଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେର୍କଡ ବହିରେ ଏହା ସ୍ଥାନ ପାଇଛି। ତେବେ ବଳଦେବ ଜୀଉଙ୍କ ଏହି ନନ୍ଦିଘୋଷ ରଥର ଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥିବାବେଳେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁମାନେ ପ୍ରସ୍ତୁତ କରିଥାନ୍ତି।

nis-ad
Leave A Reply

Your email address will not be published.