ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ : ଆଜି ଆର ଏସ ଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକ ଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି।ଯାହା ଲିଖିତ ସୂଚନା ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକଟି ଓଡ଼ିଆଙ୍କର ପରିଚୟ ତଥା ପରମ୍ପରା । ତାଙ୍କର ନିବାସ ଶ୍ରୀମନ୍ଦିର ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ବାସ ତଥା ସଂସ୍କୃତିର ପ୍ରାଣକେନ୍ଦ୍ର । ଚାରିଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ପୁରୀ । ଦେଶର ପ୍ରାଚୀନ ମହାନତମ କୀର୍ତ୍ତିରାଜ ମଧ୍ୟରୁ ଅନ୍ୟତମ ଶ୍ରୀମନ୍ଦିର ଯାହାକି ନିଜର ଐତିହ୍ୟ, ପରମ୍ପରା ତଥା ଶ୍ରେଷତ୍ବ ମାଧ୍ୟମରେ ଦୀର୍ଘ ୧୦୦୦ ବର୍ଷରୁ ଗର୍ଭ ସମ ଧରି ଓଡ଼ିଆଙ୍କ ଗର୍ବ ଗୌରବ ବଢାଇ ଆସିଛି । ଏଭଳି ଏକ ଗୌରବମୟ ଐତିହ୍ୟ ସମ୍ପନ୍ନ କୀର୍ତ୍ତିର ସୁରକ୍ଷା ତଥା ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ।
ଦୁଃଖର ବିଷୟ, ଶ୍ରୀମନ୍ଦିରର ସୁରକ୍ଷା ଆଜି ବିପଦରେ । ଏହି ବିପଦ ସୃଷ୍ଟି ହୋଇଛି ସରଳାରଙ୍କ ଦ୍ବାରା ମନ୍ଦିରର ସୌନ୍ଦର୍ଜୀ କରଣ ପାଇଁ ଆରମ୍ଭ କରା ଯାଇଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ । ପ୍ରକଳ୍ପ ଅନ୍ତର୍ଗତ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଗଭୀର ଗର୍ଭମାନ ଖନନ କାରଣରୁ ମନ୍ଦିରର ଭିତି ଦୁର୍ବଳ ହୋଇଯାଇଛି । ଏକ ପ୍ରାଚୀନ କୀର୍ତ୍ତି ହୋଇଥିବାରୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏ ଏସ ଆଇ ଉପରେ ନ୍ୟସ୍ତ । ୧୦୦ ମିଟର ପରିଧ ମଧ୍ୟରେ କୌଣସି ସ୍ଥାୟୀ ଅସ୍ଥାୟୀ କାର୍ଯ୍ୟ ସମ୍ପୂର୍ଣ ନିଷିଦ୍ଧ । ସେଥିପାଇଁ କିଛି ନୀତି ନିର୍ଦ୍ଧାରିତ ଅଛି । କମ୍ପନ ଜନିତ ବିପଦରୁ ରକ୍ଷା କରିବା ପାଇଁ ଶ୍ରୀମନ୍ଦିର ଚାରିପଟେ ଡିଜେ ବାଜା ଯଥା ବାଣ ରୋଷଣୀ ମଧ୍ୟ ନିଷେଧ । ଏପରିକି ଶ୍ରୀପତିତପାଳନ ବାଜାର ଦୈର୍ଘ୍ୟକୁ ମଧ୍ୟ ଛୋଟେଇ ଦିଆଯାଇଛି ।
ମେଘନାଦ ପ୍ରାଚୀରର ଖୁବ ନିକଟରେ ଉଚ୍ଚସକ୍ତି ସମ୍ପର୍ଣ୍ଣ ମେସିନ ଦ୍ବାରା ଗଭୀର ଖନନ ସବୁ ନିୟମାବଳୀର ଖୋଲା ଉଲଂଘନ ।ଶହ ଶହ ବର୍ଷଧରି ମନ୍ଦିର ମୂଳ ଭିତିକୁ ଦୃଢ଼ତା ପ୍ରଦାନ କରୁଥିବା ବାଲୁକାରାଶିର ଅପସାରଣ ଫଳରେ ମୂଳଭିତ୍ତି ଆଜି ଦୁର୍ବଳ ପ୍ରାୟ ମନ୍ଦିରର ଚତୁଃପାର୍ଶ୍ବରେ ଗଭୀରତମ ପ୍ରଦେଶରୁ କଂକ୍ରିଟ ଚାଦରର ବାଡ଼ ତିଆରି ହେବା କାରଣରୁ ମନ୍ଦିର ଭିତରେ ଥିବା କୁପ ମଧ୍ୟକୁ ଜଳ ସଞ୍ଚରଣ ମଧ୍ୟ
ବାଧାପ୍ରାପ୍ତ । ଏଥିଯୋଗୁଁ ଭବିଷ୍ୟତରେ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖା ଦେଇଛି । ସରକାରଙ୍କର ଏଭଳି ଅପରିପକ୍ବ ତଥା
ଅପରିଣାମଦର୍ଶ କାର୍ଯ୍ୟ ଯୋଗୁଁ କେବଳ ମନ୍ଦିରର ଢାଞ୍ଚା ନୁହେଁ ସଂସ୍କୃତି ମଧ୍ୟ ବିପଦାପନ୍ନ ବୋଲି ଅଭିଯୋଗ କରିଛି ଆର ଏସ ଏସ ।ଶ୍ରୀକ୍ଷେତ୍ର ପୁରୀ ଏକ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହଟ୍ଟଯୁକ୍ତ ସ୍ଥାନ । ଶ୍ରୀମନ୍ଦିର ଏକ ସ୍ଥଳୀ | ଭାରତର ଭିନ୍ନ ଭିନ୍ନ ସ୍ଥଳୀ ମାନଙ୍କର ଭିନ୍ନ ଭିନ୍ନ ବିଶେଷତା ଥାଏ । କେହି କାହା ସହ ତୁଳନୀୟ ନୁହନ୍ତି । କିନ୍ତୁ ଶ୍ରୀମନ୍ଦିରକୁ ଅନ୍ୟ ତିର୍ଥସ୍ଥଳୀ ସହ ତୁଳନା କରି ଅନାବଶ୍ୟକୀୟ
ବ୍ୟବସ୍ଥାତ୍ମକ ପରିବର୍ତ୍ତନ ଦ୍ୱାରା ତାହାର ଆଧ୍ୟାତ୍ମିକ ସ୍ନାତନ୍ତ୍ର୍ୟକୁ ନଷ୍ଟ କରାଯାଇଛି । ମନ୍ଦିର ଚାରିପଟେ କ୍ରରେ ବିଦେଶୀ ଗଛ ଲଗାଇ
ପର୍ଯ୍ୟଟନ ସ୍ଥଳୀର ଭ୍ରମ ସୃଷ୍ଟି କରାଯାଇଛି । ନିକଟ ଅତୀତରେ ଏହି ଗଛ ମୂଳରେ ଯୁବକ ଯୁବତୀଙ୍କର ଯେଉଁ ଆପତ୍ତିଜନକ ଚିତ୍ର ସାମ୍ନାକୁ ଆସିଲା ତାହା ସମଗ୍ର ଓଡ଼ିଆ କଥା ସଂସ୍କୃତି ପ୍ରେମୀ ହିନ୍ଦୁ ସମାଜକୁ ଗଭୀର ଆନ୍ଦୋଳିତ କରିଛି ।ପରିତାପର ବିଷୟ ଏହିଛି ଯେ ଏଭଳି କାର୍ଯ୍ୟ ସରକାରକୁ ପରିଚାଳିତ କରୁଥିବା କ୍ଷମତାର ନିଶାରେ ଅନ୍ଧ ଓଡ଼ିଆ ସଂସ୍କୃତି ଉପରେ ଜ୍ଞାନ ନଥୁବା ମୁଷ୍ଟିମେୟ ଅଣ ଓଳିଆ ଅହଂକାରୀ ଅଧିକାରୀ ମାନଙ୍କର ଜିଦ
କାରଣରୁ ହେଉଅଛି। ଏବଂ କିଛି ନାସ୍ତସ୍ଵାର୍ଥ ଓଡ଼ିଆ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହି କାର୍ଯ୍ୟ ପାଇଁ କୌଣସି ପ୍ରାଧିକୃତ କର୍ତ୍ତୃପକ୍ଷଙ୍କର ଅନୁମତି ନିଆଯାଇ ନାହିଁ ବୋଲି କହିଛି ଆର ଏସ ଏସ।ଏଥି ସହିତ ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ମାନଙ୍କର ଆମପ୍ରତି ଏକ ଅମୁଲ୍ୟ ଉପହାର ଯାହାକୁ ପରପଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର ଲିଖିତ ରହିଛି। ସରକାରଙ୍କର ଅବୈଧ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଵର ସତ୍ତୋଳନ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି । ଓଡ଼ିଆର ପରିଚୟ ତଥା ସଂସ୍କୃତିର ସୁରକ୍ଷା ପାଇଁ ନିଜ ନିଜର ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଏକ ହେବା ପାଇଁ ଲିଖିତ ରହିଛି । ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ସାହୁ, ଶେଷ ଦେଵ ସାହୁ,ନରେଶ ମହାନ୍ତି,ବିକ୍ରମ ସାହୁ,ଶଙ୍କର ବେହେରା,ଟି ଶିଵ ଶଙ୍କର ପାତ୍ର,ଟୂକୁ ଦଳ ବେହେରା,ଦୁତି ଭାଇ, ଅରୁଣ ପଣ୍ଡା, ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.