କେନ୍ଦୁଝର ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ(Baladevjew Ratha Yatra) ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବିସ୍ତୃତ ବଡ଼ଦାଣ୍ଡ ରହିଛି । ଏହି ବଡଦାଣ୍ଡ କିଛି ଦିନ ପୂର୍ବରୁ ବିଭିନ୍ନ ଯାନବାହନ, ଗୋରୁଗାଈ ଓ ଜବରଦଖଲ ଆଦି ପାଇଁ ସଙ୍କୁଚିତ ହୋଇରହିଥିଲା ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସମସ୍ତ ଜବରଦଖଲ ହଟିବା ସହ ଯାନବାହନ ମୁକ୍ତ ଆରମ୍ଭ କରାଯାଇଥିଲା । ପରେ ବଡଦାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ଶୁକ୍ରବାର ଏହି ବଡ଼ଦାଣ୍ଡର ନୂଆ ରୂପ ଦେବା ନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପୂର୍ବରୁ ବଡଦାଣ୍ଡକୁ ସୌନ୍ଦର୍ଯ୍ୟକରଣ କରିବା ନେଇ ପ୍ଲାନ ପ୍ରସ୍ତୁତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବଡଦାଣ୍ଡକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ କରିବା ସହ ଆଖପାଖ ଅଞ୍ଚଳର ଉନ୍ନତିକରଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି । ଏହା ସହ ରଥ ଓ ମନ୍ଦିର ସହ ଜଡିତ ଦୁଇଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନୂଆ ରୂପ କାର୍ଯ୍ୟକ୍ରମ ନେଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

nis-ad
Leave A Reply

Your email address will not be published.