ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବାହିନୀର ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି ପ୍ରେସମିଟ୍ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାରେ ଜିଲୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି ।

ସେହିପରି ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ ପ୍ରସ୍ତୁତ ଅଛନ୍ତି । ଟିମ ପ୍ରସ୍ତୁତ ଅଛନ୍ତି ଏବଂ ବାତ୍ୟାର ଗତିପଥ ଜଣାପଡିଲେ ମୁତୟନ କରାଯିବ । ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଲଘୁଚାପ ଏବେ ୱେଲମାର୍କ ଲୋ ପ୍ରେସରେ ପରିଣତ ହୋଇଥିବା ବା ସୃଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.