ସ୍ୱାଭିମାନ ଅଞ୍ଚଳ ପାଇଁ ଆରମ୍ଭ ହେଲା ବିକଳ୍ପ ଭେକସିନ ବିତରଣ ସେବାର ଶୁଭାରମ୍ଭ…

ଚିତ୍ରକୋଣ୍ଡା: ଦୀର୍ଘ ଦିନ ଧରି ସାରା ରାଜ୍ୟରେ ବିକଳ୍ପ ଭେକସିନ ବିତରଣ ସେବା କାର୍ଯ୍ୟକାରୀ ହୋଇ ଆସୁଥିଲେ ମଧ୍ୟ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ରାସ୍ତାଘାଟ ସମସ୍ୟା ଯୋଗୁ ସ୍ୱାଭିମାନ ଅଞ୍ଚଳର ପଣଷପୁଟ ଏବଂ ଜାନବାଇ ସେକ୍ଟର ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ ସଂଗଠିତ ହୋଇ ପାରୁନଥିଲା l କିନ୍ତୁ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଏବଂ ଯୋଡ଼ାମ୍ବ, ପଣଷପୁଟ ଅଞ୍ଚଳକୁ ପାହାଡ଼ କାଟି ରାସ୍ତା ଫିଟିବା ପରେ ଆଜି ଠାରୁ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ପରିବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ସହଯୋଗରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଜାନବାଇ ଏବଂ ପଣଷପୁଟ ସେକଟର ନିମନ୍ତେ ବିକଳ୍ପ ଭେକ୍ସିନ ବିତରଣ ସେବାର ଶୁଭ ଉଦଘାଟନ କରାଯାଇଛି l ଉକ୍ତ ବିକଳ୍ପ ଭେକ୍ସିନ ବିତରଣ ସେବା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ ଶୁଭ ଉଦଘାଟନ କରିଛନ୍ତି l ତେବେ କାର୍ଯ୍ୟକ୍ରମ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେବା ପରେ ସାରା ରାଜ୍ୟ ତଥା ମାଲକାନଗିରି ଜିଲ୍ଲାରେ ସମ୍ପୂର୍ଣ ଭାବରେ ବିକଳ୍ପ ଭେକ୍ସିନ ବିତରଣ ସେବା ତାଲିକାରେ ଯୋଡି ହୋଇଛି l ଉକ୍ତ ସେକ୍ଟର ଅନ୍ତର୍ଭୁକ୍ତ ଉପକେନ୍ଦ୍ର ମାନଙ୍କରେ ବର୍ତ୍ତମାନ ଠାରୁ ସୁବିଧାରେ ଭେକ୍ସିନ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି l କାର୍ଯ୍ୟକ୍ରମଟି କୁଡୁମୁଲୁଗୁମା ବି.ପି.ଏମ୍. ହରପ୍ରସାଦ ତାରିଣୀ, ଜାନବାଇ ହେଲଥ ସୁପରଭାଇଜର ଶଶାଙ୍କ ଶେଖର କର ପ୍ରଭୃତିଙ୍କ ଉପସ୍ଥିତିରେ ତଥା ପରିବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଲା ପରିଚାଳନାରେ ସଫଳତା ପୂର୍ବକ ସମାପନ ହୋଇଥିଲା l

nis-ad
Leave A Reply

Your email address will not be published.