ଶ୍ରମିକ ଚାଲାଣ ବେଳେ ନୀଳଗିରିରେ ଉତ୍ତେଜନା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଶ୍ରମିକ ଚାଲାଣ ବେଳେ ଘାଟଘର ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାର ସମେତ ନୀଳଗିରି ଓ ପୋଡାଶୋଳରୁ କେତେକ ଶ୍ରମିକଙ୍କୁ ନେଇ ଏକ ବସ ତାଲିମନାଡୁର ଏକ ସୂତାକଳକୁ ଯାଉଥିଲା। ସୋମବାର ବିଳମ୍ବିତ ରାତିରେ ଯିବା ରାସ୍ତାରେ ନୀଳଗିରିର ଘାଟଘରସାହି ନିକଟରେ ବସକୁ ଅଟକାଇ ଶ୍ରମିକଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି ।

ଖବର ପାଇ ଉଧାର କରିବାକୁ ଆସିଥିବା ପୁଲିସକୁ ଆକ୍ରମଣ ହୋଇଛି। ବଚସା ତୁଟାଇବାକୁ ଯାଇଥିବା କନେଷ୍ଟବଳ ଉମେଶ ପ୍ରସାଦ ଶିଅଳଙ୍କୁ ଟେକା ପଥର ମାଡ଼ ହେବାରୁ ସେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଉକ୍ତ ବସଟି ନୀଳଗିରି ଅଞ୍ଚଳର କେତେକ ଶ୍ରମିକଙ୍କୁ ନେବାକୁ ଅଟକି ରହିଥିବା ବେଳେ ଜଣେ ପିଲାର ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କ ପିଲାଙ୍କୁ ନପାଇ ଚାଲାଣ କରା ଯାଉଥିବା ଅଭିଯୋଗ କରି ଗାଡିକୁ ଅଟକାଇଥିଲେ। ପୁଲିସ ବୁଝାସୁଝା କରୁଥିବା ସମୟରେ ଟେକା ପଥର ମାଡ଼ ହୋଇଛି ଏଥିରେ ଶ୍ରୀ ଶିଅଳ ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ନୀଳଗିରିରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ବସକୁ ଥାନାରେ ଅଟକ ରଖାଯାଇଛି ସେପଟେ ଆକ୍ରମଣକାରୀଙ୍କୁ ପୁଲିସ ଖୋଜୁଥିବା ସୂଚନା ଦେଇଛି ।

nis-ad
Leave A Reply

Your email address will not be published.