ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼

ଭୁବନେଶ୍ମର: ରାଜଧାନୀରେ ପୁଣି ଥରେ ସୁନା ଦୋକାନୀଙ୍କୁ ଗୁଳିମାଡ଼ । ସାମନ୍ତରାୟପୁର ଦେବୀ ଦୁର୍ଗା ସୁନା ଦୋକାନୀଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୋକାନୀ। ଆଉ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଯାଉଥିବା ବେଳେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି।

ଗୁରୁତର ଆହତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ସାହୁ । ଆଉ ଜଣେ ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ରାଜେନ୍ଦ୍ର ସାହୁ।

୩ ଜଣ ପଲସରରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର । ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଂଚି ତଦନ୍ତ କରୁଛି । ଆଖ ପାଖ ର ସିସିଟିଭି ଯାଞ୍ଚ କରୁଛି ପୋଲିସ। ୪ ରୁ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.