ବ୍ରହ୍ମପୁର : ଅବକାରୀ ବିଭାଗ ଗୁଇନ୍ଦା ପକ୍ଷରୁ ଗୋପାଳପୁର ଛକ ନିକଟସ୍ଥ ଡ଼ୁରା ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ଗୋଇନ୍ଦା ବିଭାଗ । ଅବକାରୀ ବିଭାଗ କମିଶନର ଆଶିଷ ସିଂ ଏବଂ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ନକଲି ବିଦେଶୀ ମଦ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଗୋପାଳପୁର ଥାନା ଅନ୍ତର୍ଗତ ଡ଼ୁରା ଗ୍ରାମରେ ଚଢ଼ାଉ କରାଯାଇ ଗୋଟିଏ ସ୍କୁଟିରେ ନକଲି ମଦ ଚାଲାଣ ହେଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ସେମାନଙ୍କ ଠାରୁ ୧୩୪ ଲିଟର ନକଲି ମଦ ୪୦ ଲିଟର ସ୍ପିରିଟ୍, ୨୨୨୫ ଗୋଟି ନକଲି ଲେବୁଲ୍, ୪୧୩୨ ଟି ଠିପି, ଗୋଟିଏ ମୋଟରସାଇକେଲ୍ ଏବଂ ଗୋଟିଏ ସ୍କୁଟି ଗାଡ଼ି ଜବତ କରିଛି । ଜବତ ହୋଇଥିବା ବିଦେଶୀ ନକଲି ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ଡ଼େପୁଟି କମିଶନର ରାଜେନ୍ଦ୍ର ଭୋର୍ତା ସୂଚନା ଦେଇଛନ୍ତି । ଏହି ସଂକ୍ରାନ୍ତରେ ବ୍ରହ୍ମପୁର ପ୍ରେମ ନଗରର ପଚଂମ ଲାଇନର ବଦ୍ରିନାରାୟଣ ପାତ୍ର, ଚିକିଟିର ନିରଜଂନ ଗୌଡ଼ଙ୍କୁ ଗିରଫ କରିଛି ପୋଲିସ ।ତେବେ କିଛି ଦିନ ଧରି ଅବକାରୀ ବିଭାଗ ପକ୍ଷରୁ ଏଭଳି ନକଲି ମଦ କାରବାର ଉପରେ ତୀକ୍ଷଣ ରଖାଯାଇଛି।ଏଭଳି କାରବାରରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେ଼ପୁଟି କମିସିନର ଶ୍ରୀ ଭୋର୍ତା ସୂଚନା ଦେଇଛନ୍ତି।ତେବ କିଛି ଦିନ ଧରି ଏଭଳି ଧର ପକଡ ଚାଲିଥିଲେ ମଧ୍ୟ ଏଭଳି ନକଲି ବିଦେଶୀ ମଦ ବ୍ୟବସାୟୀ ମାନେ କେଉଁଠି ବିକ୍ରି କରୁଛନ୍ତି ତାହାର ଟେର ପାଉନି ଅବକାରୀ।ଯାହା ଫଳରେ ନକଲି ମଦ କାରବାର ହେହୁତିକ ଭାବରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ଏହି ଭଳି ନକଲି ବିଷାକ୍ତ ମଦ ପିଇ ବହୁ ଲୋକ ଅସୁସ୍ଥ ହେବା ସହିତ ମୃତ୍ୟୁ ଘଟୁଥିବା ନଜିର ରହିଛି l ଏହି ଭଳି ନକଲି ଓ ବିଷାକ୍ତ ମଦ ବେପାରୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଶ୍ରୀ ଭତ୍ରା କହିଛନ୍ତି
Sign in
Sign in
Recover your password.
A password will be e-mailed to you.