ହିଞ୍ଜିଳି : ପୈାର ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଯାଞ୍ଚ ଶିବିର


ହିଞ୍ଜିଳିକାଟୁ : ବିଶ୍ବ ଶ୍ରମିକ ଦିବସ ଅବସରରେ ରବିବାର ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ ପରିସରସ୍ଥ ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ପୈାରାଧ୍ଯକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ଆଦିତ୍ୟ କୁମାର ମହାପାତ୍ର, ସହାୟକ ଲିଙ୍ଗରାଜ ସାବତ ଓ ସରୋଜ ସାହୁ ଯୋଗଦେଇ ୬୬ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମଧୁମେହ, ରକ୍ତଚାପ ଭଳି ବିଭିନ୍ନ ରୋଗର ନିଦାନ କରାଯାଇଥିଲା । ପ୍ରତି ମାସରେ ପୈାର ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ କରାଯିବ ବୋଲି ନିର୍ବାହୀ ଅଧିକାରୀ ଡ଼ଃ ସାହୁ କହିଛନ୍ତି । ଉକ୍ତ ଶିବିରରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାଉନସିଲର ଗୋପବନ୍ଧୁ ବେହେରା, , ସୁପ୍ରଭା ମହାରଣା, ଅମୁଲ୍ୟ ସାହୁଙ୍କ ସମେତ ବହୁ କାଉନସିଲର ଓ ପୂର୍ବତନ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ । କିଶୋର ଚୈଧୁରୀ, ମାନସ ବେହେରା, ରମେଶ ଚନ୍ଦ୍ର ପଣ୍ଡା, ପୈାର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଏ ଲାଲମୋହନ ଆଚାରୀ, ଭାସ୍କର ସାହୁ, ଇ କିଶାନ କୁମାର ପାତ୍ର, ଛବି ନାରାୟଣ ପଣ୍ଡା, ମାନସ ରଞ୍ଜନ ଦିଗାଲ, ସୁନିଲ ନାହାକ, ମନୋଜ ନାହାକ, ସ୍ବପ୍ନାରାଣୀ ତ୍ରିପାଠୀ, ସ୍ନେହଲତା ମିଶ୍ର, ସୁରେନ୍ଦ୍ର ଗୈାଡ, ସମିର ମହାନ୍ତିଙ୍କ ସମେତ ସମସ୍ତ ପୈାର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.