ଖଲ୍ଲିକୋଟ : ଖଲ୍ଲିକୋଟ ତହସିଲ ଅଧିନସ୍ଥ ବାଣିଆ ପଂଚାୟତ ସାତ ନମ୍ବର ୱାର୍ଡ ତଳ ସାହି ରେ ହଠାତ ନିଆଁ ବାହାରି ଗ୍ରାମର ୬ ଜଣ ଲୋକଙ୍କ ସାତ ବଖରା ଘର ଜଳିଯାଇ ସାତ ବଖରା ଘର ଜାଳି ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମାସ|ତ ହୋଇଯାଇଥିବା ଜଣ| ପଡିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ଦିବା ପ୍ରାୟ ୧୦ ଘ ସମୟରେ କୌଣସି କାରଣରୁ ହଠାତ ନିଆଁ ବାହାରି ଗ୍ରାମର ଗନ୍ଧିଆ ଗୌଡ଼ ,ଭଳୀଲୀ ଗୋୖଡ ,ସୁଦର୍ଶନ ଗୌଡ଼ ,ଯୋଗୀ ଗୌଡ଼ ,ସନ୍ତୋଷ ଗୌଡ଼ ଓ ଲଡୁ ଗୌଡ଼ ଙ୍କର ସାତ ବଖରା ଘର ଜଳିଯିବ| ସହ ଧାନ ,ଚାଉଳ ,ସୁନା ,ରୁପା ସମେତ ବହୁ ଅ|ସବାବ ପତ୍ର ଜଳିଯାଇଥିବା ଜଣାପଡିଛି l ତେବେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରୁଥିବା ବେଳେ ବିଳମ୍ବରେ ଖଲ୍ଲିକୋଟ ର ଦୁଇଟି ଦମକଳ ବାହିନୀ ପହଂଚି ନିଆଁ ଆୟତ କରିଥିଲେ l ତେବେ ବାଣିଆ ପଂଚାୟତ ର ସରପଂଚ ଏସ .ସାବିତ୍ରୀ ପାତ୍ର ଅଗ୍ନି ବିପନ୍ନ ପାଖରେ ପହଂଚି ଦୁର୍ଗତ ମାନଙ୍କୁ ନଗଦ ୫୦୦ ଟଙ୍କା ଓ ୫୦ କେଜି ଚାଉଳ ପ୍ରଦାନ କରିଥିବା ବେଳେ kamanda ସର୍କଲ ରାଜସ୍ଵ ନିରୀକ୍ଷକ ମୋହନ ପାତ୍ର ଓ ରାଜସ୍ୱ ପର୍ଯ୍ୟବେକ୍ଷକ ପହଂଚି ଅଗ୍ନି ବିପନ୍ନ ମାନଙ୍କୁ ଟ୍ରପୋଲିନ ପ୍ରଦାନ କରିଥିବା ଜଣାପଡିଛି l ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ରୁ ଅଗ୍ନି ଦୁର୍ଗତ ମାନଙ୍କୁ ତୁରନ୍ତ ଆବାସ ବ୍ୟବସ୍ତା ସହ ଅସ୍ଥାୟୀ ବାସସ୍ଥଳୀ ଯୋଗାଇବା ପାଇଁ ଦାବି ହେଉଛି l
Sign in
Sign in
Recover your password.
A password will be e-mailed to you.