କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା…

ଦାରିଙ୍ଗବାଡ଼ି : ଉତ୍କଳ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସ୍ବର୍ଣ ପଦକ ହାସଲ କରି ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣି କନ୍ଧମାଳ ଜିଲ୍ଲା ପାଇଁ ଇତିହାସ ରଚିଲେ ରୁନିତା ପ୍ରଧାନ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନି ପ୍ରଧାନଙ୍କ ଝିଅ ରୁନିତା ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରି ୨୦୨୧ ମସିହାରେ ବିଶ୍ବବିଦ୍ୟାଳୟ ସ୍ତରୀୟ( ଏମ୍ ଏ ଇନ ପୋଲିଟିକାଲ ସାଇନ୍ସ) ପରୀକ୍ଷାରେ ସର୍ବାଧୂକ ନମ୍ବର ରଖ୍ ବିଶ୍ବ ବିଦ୍ୟାଳୟ ସ୍ତରରେ ସ୍ବର୍ଣ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି । ବିଶ୍ବ ବିଦ୍ୟାଳୟ ସ୍ତରୀୟ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସୋନାଲି ଦେଓ ମେମୋରିଆଲ, ଗଗନ ବିହାରୀ ଚାନ୍ଦ ମେମୋରିଆଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ବନମାଳୀ ପଟ୍ଟନାୟକ ଅର୍ଥ ରାଶି ପୁରସ୍କାର ପାଇଛନ୍ତି । ଉତ୍କଳ ବିଶ୍ବ ବିଦ୍ୟାଳୟ ଅନୁକୂଲ୍ୟରେଏମକେସିଜି ଅଡିଟୋରିୟମରେ ଆୟୋଜିତ ୫୧ ତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି । ରୁନିତାଙ୍କ ପିତା ବିସିକେଶନ ପ୍ରଧାନ ଛୋଟ ବ୍ୟବସାୟ କରୁଥିବା ବେଳେ ମାତା ସନ୍ତୋସିନୀ ପ୍ରଧାନ ତାଙ୍କୁ ସହଯୋଗ କରୁଛନ୍ତି । ରୁନିତାଙ୍କ ଏହି ସଫଳତା ପାଇଁ ଅଞ୍ଚଳବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ସମେତ ତାଙ୍କ ସହପାଠୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.