ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ଦାରିଙ୍ଗବାଡି,୩୦/୪ : ୫୬ ବର୍ଷୀୟ ବୃଦ୍ଧାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ କାଜୁରିପାଙ୍ଗା ଗ୍ରାମର ଲିଖୁନ ନାୟକ(୨୨) । ସୂଚନା ପ୍ରକାରେ, ବୃଦ୍ଧା ମହିଳା ଜଣକ ଶୁକ୍ରବାର ଦିନ ରାତ୍ର ସମୟରେ ଏକାକୀ ଘରେ ସୋଇଥିବା ସମୟରେ ଲିଖୁନ ନାୟକ ମଦ୍ୟପାନ କରି ଘର ଭିତରକୁ ଜବରଦସ୍ତ ପଶି ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳା ଜଣକ ଆଜି(ଶନିବାର) ଦିନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମାମଲା ନଂ ୭୬/୨୨ରୁଜୁ କରି ଘଟଣାର ତଦନ୍ତ ତଦନ୍ତ କରିବା ସହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

nis-ad
Leave A Reply

Your email address will not be published.