ମାଟ୍ରିକ ପରୀକ୍ଷା ମାଲକାନଗିରିରେ ପ୍ରଥମ ଦିନରେ ୬୬୪୪ ଜଣ ପରୀକ୍ଷାର୍ଥୀ ଉପସ୍ଥିତ, ୧୧୨୮ ଜଣ ଅନୁପସ୍ଥିତ

ମାଲକାନଗିରି ( ୩୦/୦୪) : ଗତକାଲି ଠାରୁ ଦଶମ ତଥା ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଅତି ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସମାପ୍ତ ହୋଇଛି। ଜିଲ୍ଲାର ୪୫ଟି କେନ୍ଦ୍ରରେ ମୋଟ ୭୭୭୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬୬୪୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୨୮ ଜଣ ଅନୁପସ୍ଥିତ ରହିଥିଲେ। ସେହିପରି ଏସଓଏସସି ପରୀକ୍ଷାରେ ମୋଟ ୧୫୩ ଜଣଙ୍କ ମଧ୍ୟରୁ ଆଜି ୧୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୮ ଜଣ ଅନୁପସ୍ଥିତ ରହିଥିଲେ । ପ୍ରଥମ ଦିନ ପରୀକ୍ଷାରେ ୩ ଜଣ ଛାତ୍ରଛାତ୍ରୀ କପି କରୁଥିବା ବେଳେ ଧରାପଡିଥିଲେ। ପ୍ରକାଶ ଥାଉକି, ମାଲକାନଗିରି ଜିଲ୍ଲାରେ ୧୨୧ଟି ବିଦ୍ୟାଳୟର ପ୍ରାୟ ୭୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ଜିଲ୍ଲାରେ ୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଆଖପାଖ ସ୍କୁଲର ଛାତ୍ରଛାତ୍ରୀ ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।
ଜିଲ୍ଲାର ୯ଟି ପୁଲିସ ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର ଏବଂ ବିଡିଓଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିସହ ଡିଇଓ ବିଇଓ ମାନଙ୍କୁ ନେଇ ସ୍କ୍ବାର୍ଡ଼ ଗଠନ କରାଯାଇ ପରୀକ୍ଷା କେନ୍ଦ୍ରର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମ୍ୟାଟ୍ରିକ ପରୀକ୍ଷା ଯେପରି ସ୍ବଚ୍ଛ ଏବଂ ନିର୍ମଳ ହେବ ସନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜିଲ୍ଲା ସ୍କ୍ବାର୍ଡ଼ ସହ ବୋର୍ଡ ସ୍କ୍ବାର୍ଡ଼ ମଧ୍ୟ ଜିଲ୍ଲାର ବିଭିନ୍ନ କେନ୍ଦ୍ର ବୁଲିବେ। ରାଜ୍ୟ ମୁକ୍ତ ବିଦ୍ୟାଳୟ ତରଫରୁ ମଧ୍ୟ ଦଶମ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି।

nis-ad
Leave A Reply

Your email address will not be published.