ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ, ୫୫ହଜାର ଜୋରିମାନା

ଫୁଲବାଣୀ : ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କରଚନ୍ଦ୍ର ସାହୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳର ଏକ ନାବାଳିକା ଦୁସ୍କର୍ମ ମାମଲାର ବିଚାରଣ କରି, ଘଟଣାର ୧୧ ଜଣ ସାଖିଙ୍କ ବୟାନ,ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ମାମଲାର ଅଭିଯୁକ୍ତ ଭାଗିରଥି ମଲ୍ଲିକ (୨୩)କୁ ଦୋଷୀ ସାବ୍ୟସ୍ତ କରିବା ସହିତ, ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୫ ହଜାର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ତାକୁ ଆଉ ୭ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟ ଦେଇଛନ୍ତି ବିଚାରପତି। ମାମଲାକୁ ପିଡିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରିଥିଲେ। ସୁଚନା ଅନୁଯାୟୀ ୨୦୧୮ ମସିହରେ ପିଡିତା ଅସୁସ୍ଥ ହୋଇ ପଡିବାରୁ ତାକୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। ସେଠାରେ ପିଡିତା ଗର୍ଭବତୀ ଥିବା ନେଇ ପିଡିତା ପରିବାରକୁ କହିଥିଲେ। ଏହି ବାବଦରେ ପିଡିତାକୁ ପଚାରିବାରୁ, ୨୦୧୮ ମସିହାରେ ଗ୍ରୀଷ୍ମ ଛୁଟିରେ ତା ମାଉଷୀ ଘରକୁ ବୁଲିବାକୁ ଯାଇଥିଲା। ସେଠାରେ ସେହି ଗ୍ରାମର ଅଭିଯୁକ୍ତ ପିଡିତାକୁ ଏକୁଟିଆ ଥିବାର ସୁଯୋଗରେ ତାକୁ ବାରମ୍ବାର ଦୁସ୍କର୍ମ କରିଥିଲା ଏବଂ ଏହି ବାବଦରେ କାହାକୁ କହିଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିବା ନେଇ କହିଥିଲା ପିଡିତା। ଏହାପରେ ପିଡିତାଙ୍କ ପରିବାର ଲୋକେ ବ୍ରାହ୍ମଣିଗାଁ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା, ୮/୨.୨.୨୦୧୯ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।

nis-ad
Leave A Reply

Your email address will not be published.