ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର…

ଫୁଲବାଣୀ: ଚଳିତ ବର୍ଷ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍‌ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ ଫୁଲବାଣୀ ବିଧାୟକ ପୂର୍ବରୁ ୧୦ମ ପଢୁଥିବା ବେଳେ ତାଙ୍କର ଆର୍ଥିକ ଓ ପାରିବାରିକ ସମସ୍ୟା କାରଣରୁ ସେତେବେଳେ ସେ ମାଟ୍ରିକ ଦେଇପାରି ନଥିଲେ। କାଳକ୍ରମେ ବୟସ ବଢ଼ିବା ସହ ସେ ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରିନପାରି ପାଠପଢ଼ାରୁ ଦୁରେଇ ରହିଥିଲେ । ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ଆଲୋଚନା ପରେ ଆଜି ମିଶି ଦୁହେଁ ପରୀକ୍ଷା ଦେବାକୁ ଯାଇଥିବା ଜଣାପଡ଼ିଛି । ବୟସକୁ
ଦୁହାଇଦେଇ ପାଠ ପଢ଼ାରୁ ଦୂରେଇ ରହୁଥିବା ଲୋକଙ୍କୁ ଏହା ପ୍ରେରଣା ଯୋଗାଇବ । ଆଜିଠାରୁ ଆରମ୍ଭ
ହୋଇଛି ଦଶମ ଶ୍ରେଣୀ ପରୀକ୍ଷା ।ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଆଜି (୨୯ ତାରିଖ) ଠାରୁ ଆରମ୍ଭ ହୋଇ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ।ଜିଲ୍ଲାରେ ମୋଟ ୧୧୬୯୪ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ ସେଥିମଧ୍ୟରୁ ୧୧୦୬୬ ଜଣ ପରୀକ୍ଷାର୍ଥୀ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ତନ୍ମଧରୁ ୯୩ ଜଣ ଏକ୍ସରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି ସମସ୍ତ ପରୀକ୍ଷାର୍ଥୀ କୋଭିଡ୍ ଗାଇଡ଼ଲାଇନ୍ଅ ନୁସାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା
ଦେଉଛନ୍ତି। ଜିଲାରେ ମୋଟ ୭୧ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ଦେଉଛନ୍ତି । ଜିଲାରେ ମୋଟ ୭୫ଟି ବିଦ୍ୟାଳୟରେ ପରୀକ୍ଷା କରାଯାଇଛି । ପରୀକ୍ଷା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନପତ୍ର ସାତୋଟି ଥାନାକୁ ନୋଡାଲ ସେଣ୍ଟର୍ କରି କଡ଼ା ସୁରକ୍ଷା ମଧ୍ୟରେ ମହଜୁଦ ରଖାଯାଇଛି । ଜିଲ୍ଲାରେ କଡ଼ ସୁରକ୍ଷା ଏବଂ କୋବିଡ଼ ଗାଇଡ଼ ଲାଇନ୍ ଅନୁସାରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳାର ସହ ସାରିବାକୁ ପ୍ରଚେଷ୍ଟା ଜାରି ରହିଛି ।

nis-ad
Leave A Reply

Your email address will not be published.