୭୭୦ କେ.ଜି. ଗଞ୍ଜେଇ ଜବତ ୨ ଗିରଫ


ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଥାନା ଅଧୀନସ୍ଥ ମହୁପଦର ଗ୍ରାମରୁ ଗତକାଲି ପ୍ରଶାସନ ତରଫରୁ ଚଢ଼ାଉ ରେ ୭୭୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ତେବେ ପୋଲିସର ଗୁଇନ୍ଦା ସୂତ୍ରରୁ ଜଣାପଡିଥିଲା ଯେ ମହୂପଦର ଯେଉଁ ଗ୍ରାମଟି ଓର୍କେଲ ଥାନା ଠାରୁ ପ୍ରାୟ ୧୫କି.ମି. ଦୂରରେ ଅବସ୍ଥିତ। ସେଠାରେ ବିଶ୍ଵନାଥ ଖିଲ୍ଲ ଏବଂ ସନିଆ ଚାଲାଣ ନାମକ ଦୁଇଜଣ ବ୍ୟକ୍ତି ନିଜ ଘରେ ଗଞ୍ଜେଇ ପ୍ୟାକେଟ କରି ଚାଲାଣ କରିବାକୁ ଯୋଜନା କରିଛନ୍ତି । ଖବର ପାଇ ଗତ କାଲି ଓର୍କେଲ୍ ପୋଲିସ ତରଫରୁ ଉକ୍ତ ଅଞ୍ଚଳକୁ ଏକ ଟିମ୍ ଯାଇ ଘଟଣାର ଅନୁସନ୍ଧାନ କରିବା ସମୟରେ ସେମାନଙ୍କ ଘରୁ ଗଞ୍ଜେଇ ବସ୍ତା ଜବତ କରିଛନ୍ତି । ଘଟଣା ସ୍ଥଳରୁ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ବିରୁଦ୍ଧରେ Case No.81/28.04.2022 ତଥା 20(b)(ii)C,NDPS ACT ଜରିଆରେ ଏକ ଅପରାଧିକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରଶାସନ ତରଫରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.