ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ନିଂ ଅଫିସର

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ରିଟର୍ନିଂ ଅଫିସରଙ୍କୁ ନିଯୁକ୍ତି ଦେଲେ। ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ନିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି କମିଶନ ଦେଇଛନ୍ତି। ତେବେ ଜୁଲାଇ ସୁଦ୍ଧା ରାଜ୍ୟ ସଭା ନିର୍ବାଚନ ଶେଷ ହେବ।

ଏମ୍‌ପି ଏନ୍‌. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ ୨୦୧୬ ଜୁନ ୩ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକାଳ ୨୦୨୨ ଜୁନ ୨ରେ ଶେଷ ହେବ ।

ସେହିପରି ସସ୍ମିତ ପାତ୍ର ୨୦୧୯ ଜୁନ ୨୮ରେ ରାଜ୍ୟ ସଭା ଯାଇଥିଲେ । ପ୍ରଥମେ ଏହି ଆସନରେ ବିଷ୍ଣୁ ଚରଣ ଦାସ ୨୦୧୬ ଜୁନ ୩ରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୭ ମେ ୧୮ରେ ତାଙ୍କ ସ୍ଥାନରେ ଯାଇଥିଲେ ପ୍ରତାପ କେଶରୀ ଦେବ । ତାଙ୍କ ପରେ ୨୮ ଜୁନ ୨୦୧୯ରେ ସସ୍ମିତ ପାତ୍ର ସେହି ଆସନକୁ ପୁନଃ ନିର୍ବାଚିତ ହୋଇଥିଲେ ।

nis-ad
Leave A Reply

Your email address will not be published.