କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଯେଉଁଥିରେ ସେ ଲେଖିଛନ୍ତି, ‘ଆପଣମାନେ ପ୍ରକୃତିର ପ୍ରାକୃତିକ ସଂଗୀତ ସହିତ ଶିମିଳିପାଳ ମେଲାନିଷ୍ଟିକ୍ ବାଘର ପ୍ରଥମ ଭିଡିଓ ଦେଖୁଛନ୍ତି ।’

ତେବେ କହିରଖୁଛୁ, ଏଭଳି ବାଘର ପଟା ପଟା ଦାଗ ସହ କଳା ରଙ୍ଗରେ ଆଚ୍ଛାଦିତ ଥିବା ପ୍ରଜାତିଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ଶିମିଳିପାଳ ଅଭୟାରଣ୍ୟରେ କେବଳ ୧୦ଟି ସିଡୋ ମେଲାନିଷ୍ଟିକ ବା କଳାବାଘ ରହିବା ନେଇ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଥିଲେ । ପୂର୍ବରୁ ମଧ୍ୟ ପିସିସିଏଫ ସୁଶାନ୍ତ ୪ ଟି ମେଲାନିଷ୍ଟିକ୍ ବାଘ ଶିମିଳିପାଳ ଚିହ୍ନଟ ହୋଇଥିବାର ଫଟୋ ସେୟାର କରିଥିଲେ ।

ତେବେ ଏମାନେ ପୂର୍ବରୁ ସାଧାରଣ ବାଘ ହୋଇଥାନ୍ତି । ପରେ ପରେ ସେମାନଙ୍କ ଶରୀରରେ ମେଲାନିନ୍ କ୍ଷରଣ ଅଧିକ ହେବା ହେତୁ ଶରୀର ଧିରେ ଧିରେ କଳା ହେବାକୁ ଆରମ୍ଭ କରିଥାଏ । ଆଉ ପଟା ପଟା ଦାଗ ଲିଭିବାକୁ ଆରମ୍ଭ କରିଥାଏ । ଯାହାକି ପୂରା ପୃଥିବୀରେ ବିରଳ । କେବଳ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରେ ଦେଖିବାକୁ ମିଳିଥାଏ ।

nis-ad
Leave A Reply

Your email address will not be published.