ରଘୁନନ୍ଦନ ସାମ୍ବାଦିକଙ୍କୁ କହିଲେ ଛତିଶଗଡ଼ ବ୍ୟାରେଜ୍ କାମ ନିଜେ ଯାଇ ବନ୍ଦ କର

ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପରେ ପୁଣିଥରେ ଆଉ ଏକ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବାରମ୍ବାର ଟ୍ରିବ୍ୟୁନାଲ୍‌ରେ ଅଭିଯୋଗ ସତ୍ତ୍ୱେ ଛତିଶଗଡ଼ର ଦାଦାଗିରିକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଉଛି । ତେବେ ଏ ସମ୍ପର୍କରେ ଆଜି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ବିରକ୍ତି ଭାବ ପ୍ରକାଶ କରି ସାମ୍ବାଦିକମାନଙ୍କୁ ପାଲଟା ଜବାବ ଦେଇ କହିଛନ୍ତି ଯେ, ଆମେ ତ ପାରିଲୁନି ଆପଣମାନେ ଯାଇ କାମ ବନ୍ଦ କରନ୍ତୁ ।

ବ୍ୟାରେଜ୍ ନିର୍ମାଣ ଯଦି ଆମ ରାଜ୍ୟ ପରିସୀମାରେ ହେଉଥା’ନ୍ତା, ତେବେ ଆମେ କୌଣସି ପ୍ରକାରେ ଉଚିତ୍ ପଦକ୍ଷେପ ନେଇପାରନ୍ତୁ । ଆମ ରାଜ୍ୟରେ ତ ତାହା ହେଉନି ନା ଆମେ କେମିତି ବନ୍ଦ କରିବୁ ବୋଲି ଦାୟିତ୍ୱହୀନ ଢଙ୍ଗରେ ମତ ଦେଇଛନ୍ତି । ଆମେ ଏ ସମ୍ପର୍କରେ ଟ୍ରିବ୍ୟୁନାଲ୍‌ରେ ଅଭିଯୋଗ କରିଛୁ ଏବଂ ଟ୍ରିବ୍ୟୁନାଲ୍ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଛତିଶଗଡ଼ ସରକାର ମହାନଦୀ ଉପରେ ବିରାକାୟ ବ୍ୟାରେଜ୍ କରି ମହାନଦୀ ପାଣିକୁ ଅଟକାଇଥିଲେ । ଫଳରେ କିଛି ମାସ ପର‌୍ୟ୍ୟନ୍ତ ରାଜ୍ୟକୁ ଆସୁଥିବା ମହାନଦୀ ପାଣିର ସ୍ତର ଆବଶ୍ୟକ ଠାରୁ କମ୍ ରହିଥିଲା । ଫଳରେ ଏହାକୁ ନେଇ ବିଭିନ୍ନ ଦଳୀୟ ନେତୃବୃନ୍ଦ ମହାନଦୀ ପାଇଁ ମହାସଂଗ୍ରାମ ବୋଲି କହି ଛତିଶଗଡ଼ ବିରୋଧରେ ରଣହୁଂକାର ଦେଇଥିଲେ । କିନ୍ତୁ ଛତିଶଗଡ଼ର ପ୍ରଭାବ ଏହା ଉପରେ ଜମା ପଡ଼ିନଥିଲା । ଯଥା ପୂର୍ବଂ ତଥା ପରଂ ଢଙ୍ଗରେ ଛତିଶଗଡ଼ ସରକାର ତାଙ୍କ କାର‌୍ୟ୍ୟ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.