ନିଜର advertisement କରୁଛନ୍ତି ଅପରାଜିତା : ପ୍ରମିଳା ମଲ୍ଲିକ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି । ସାଂସଦ ଅପରାଜିତା ତାଙ୍କର advertisement ପାଇଁ ଯାଉଛନ୍ତି । ତାଙ୍କୁ ତାଙ୍କ ଦଳ ମଧ୍ୟ ବିରୋଧ କରୁଛି । ପ୍ରଶାସନ ମନା କରିବା ସତ୍ତ୍ୱେ ସିଏ ତାଙ୍କର advertisement କରିବା ପାଇଁ ଯାଉଛନ୍ତି ।

ସେ ଯାହା କରୁଛନ୍ତି ତାଙ୍କ ଦଳ ମଧ୍ୟ ସମର୍ଥନ କରୁନାହିଁ । କୋଉଠୁ ବି ସହଯୋଗ ପାଉନାହାନ୍ତି । ରାଜନୀତିକୁ ନୂଆ ଆସିଛନ୍ତି । ଯେମିତି ଚଳୁଛନ୍ତି, ସେମିତି ହେଲେ ରାଜନୀତିରେ ତିଷ୍ଠି ପାରିବେ ନାହିଁ । ପ୍ରଶାସନ, ସମସ୍ତେ କହୁଛନ୍ତି ଠିକ କାମ ହେଉଛି । କିନ୍ତୁ ସେ ଜଣେ ଏକୁଟିଆ କହୁଛନ୍ତି ଭୁଲ ହେଉଛି ବୋଲି । ସେ ଯେତେବେଳେ ଏତେବଡ଼ କଥା କହୁଛନ୍ତି ତଥାପି ତାଙ୍କ ଦଳ ସମର୍ଥନ କରୁନି ତେଣୁ ସେ ଲଜ୍ୟାବୋଧ କରିବା କଥା ।

nis-ad
Leave A Reply

Your email address will not be published.