ପ୍ରଥମେ ରାଜନୀତି ସରିଯାଉ, ତାପରେ ଗୃହ କମିଟି ଅନୁଧ୍ୟାନ ପାଇଁ ପୁରୀ ଯିବ- ବାଚସ୍ପତି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ। ଗୃହ କମିଟି ଖୁବଶୀଘ୍ର ବସିବ । କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି। ବହୁତ ଲୋକ ବହୁତ କଥା କହୁଛନ୍ତି। କେବଳ ସାଂସଦ ଅପରାଜିତା ଷଡ଼ଙ୍ଗୀ କହୁଛନ୍ତି । ତେଣୁ ପ୍ରଥମେ ରାଜନୀତି ସରିଯାଉ , ତା ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ । ଖୁବଶୀଘ୍ର ଗୃହ କମିଟି ବୈଠକ ବସିବ। ମୁଁ ଏ ବିଷୟରେ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ନେଉଛି। ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବୁ।

nis-ad
Leave A Reply

Your email address will not be published.