୩ରୁ ୪ସପ୍ତାହ ପରେ ବଢିବ କରୋନା, ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଉ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର କୋଭିଡ ପାଇଁ ସବୁ ପ୍ରକାର ପ୍ରୋସେସ୍‌କୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି ।

ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି । ସବୁ ଜିଲ୍ଲାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ସଂକ୍ରମଣ ୧୦ରୁ ୨୦ ଭିତରେ ଅଛି । ବଢିଲେ ହସ୍ପିଟାଲ ତୁରନ୍ତ ଖୋଲିବ । ଖାସ କରି ଟିକାକରଣକୁ ବୃଦ୍ଧି କରାଯାଉଛି । ହେଲେ ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

nis-ad
Leave A Reply

Your email address will not be published.