ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଡହଡ଼ହ ଖରାରେ ସିଝୁଛି ସାରା ଓଡ଼ାଶା। ଆଗାମୀ ୧ ତାରିଖ ପର୍ଯ୍ଯନ୍ତ ସ୍ୱଭାବିକ ତାପମାତ୍ରାଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ଡିଗ୍ରୀ ପର୍ଯ୍ଯନ୍ତ ଅଧିକ ତାପମାତ୍ରା ରହିବ। ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ,ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ୨୮ ଏବଂ ୨୯ ତାରିଖରେ ଅଧିକ ତାପମାତ୍ରା ରହିବ ।
୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଳବୈଶାଖୀ ପ୍ରଭାବ ରାଜ୍ୟରେ ହିଟ-ୱେଭରେ ବ୍ରେକ ଲାଗିବ। ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତୀ ୨ ଦିନ ମଧ୍ୟରେ ମଇ ୧ ରୁ ୨ ତାରିଖ ମଧ୍ଯରେ ୨ ଡ଼ିଗ୍ରୀ ଯାଏଁ ତଳକୁ ଦିନରେ ତାତି ଖସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ୨ ଓ ୩ ତାରିଖରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଘଡଘଡି ହୋଇପାରେ । ଏନେଇ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି ।