ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ନିର୍ଵାଚିତ ଜନ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ


ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଵୁଧବାର ହିଞ୍ଜିଳିକାଟୁ ମୁନିସିପାଲଟି ଅଧ୍ୟକ୍ଷ ସୁବାସ ପଲେଈ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ, ଉପାଧ୍ୟକ୍ଷ ଓ କାଉନସିଲରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିବାବେଳେ ସମ୍ନାନୀୟ ଅତିଥି ଭାବେ ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଓ ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା ଯୋଗଦେଇଥିଲେ।ବୈଠକରେ ଜିଲ୍ଲାପାଳ ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ସହ ଆଲୁଅ ରାସ୍ତାର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। । ପରେ ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରାଯାଇଥିଲା । କେଉଁ ଯୋଜନାରେ କେଉଁ କାମ ଚାଲିଛି ସେ ସମ୍ପର୍କରେ ଉକ୍ତ ବିଭାଗର ଅଧିକାରୀମାନେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥିସହ ମୁନିସିପାଲିଟି ର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ପାଇଁ କମିଟି ଓ ଗୋଟିଏ ପେନାଲ ଗଠନ କରାଯାଇଥିଲା । ମୁଖ୍ୟ ଅତିଥି ସମସ୍ତ ନଵ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଓ ବ୍ୟବସ୍ଥା ଉପରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ହିଞିଳିକାଟୁ ପୌରପରିଷଦ ର ୱାର୍ଡ଼ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ। ସେହିପରି ଅନୂରୁପ ଭାଵେ ପୌରପାଳିକା ବୈଠଳ ପରେ ହିଞ୍ଜିଳିକାଟୁ ବ୍ଳକ ର ସମସ୍ତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳିକାଟୁ ବ୍ଳକ ଜନ ପ୍ରତିନିଧି ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

nis-ad
Leave A Reply

Your email address will not be published.