ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ଆୟୋଜିତ

ମାଲକାନଗିରି : ଆଜି ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ମହାକୁମ୍ଭ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥ୍‌ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ କ୍ରୀଡା ମହୋତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗଦେଇଥିଲେ । ଦୁଇ ଦିନ ଧରି ପୁରୁଷ ଓ ମହିଳା ବର୍ଗରେ ୧୦୦ ମିଟର ଦୌଡ , ସଟ ଫୁଟ , ହାଇ ଜମ୍ପ , ଜାଭଲିନ ଥ୍ରୋ , ୨୦୦ ମିଟର ଦୌଡ଼ , ୪୦୦ ମିଟର ଦୌଡ଼ , ଲଙ୍ଗ ଜମ୍ପ , ମ୍ୟୁଜିକ ଚେୟାର କ୍ରୀଡାପ୍ରତିଯୋଗିତା ହୋଇଥିଲା ।

ଏହି କ୍ରୀଡା ଉତ୍ସବରେ ପୁରୁଷ ବର୍ଗରେ ଲିଙ୍ଗରାଜ ଦୋରା ଓ ମହିଳା ବର୍ଗରେ ଆରତୀ ମାଢି ଚମ୍ପିୟାନ ହୋଇଥିଲେ । ଏହି ଅବସରରେ ପ୍ରଥମ ଥର ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ଡଃ . ଗୋକୁଳାନନ୍ଦ ପାତ୍ର ନିଜ ମାତା ପିତାଙ୍କ ସ୍ମୃତି ଉଦେଶରେ ପୁରୁଷ ବର୍ଗ ପାଇଁ ଚନ୍ଦ୍ରଶେଖର ପ୍ରତିଭା ସମ୍ମାନ ଓ ମହିଳା ବର୍ଗ ପାଇଁ ଲଳିତା ଦେବୀ ପ୍ରତିଭା ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବା ସହିତ ଉଭୟ ଚମ୍ପିୟାନ ପାଇଁ ୧ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ , ସମ୍ମାନିତ ଅତିଥ୍‌ ଭାବେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅଧିକାରୀ ହରିଶ ରୁପାଲ ଯୋଗଦେଇ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କ୍ରୀଡା ମହୋତ୍ସବକୁ କ୍ରୀଡା ସଂଘର କର୍ମକର୍ତ୍ତା , କ୍ରୀଡା ଶିକ୍ଷକ ଅଭିମନ୍ୟୁ ଦଳବେହେରା , ଅଧ୍ୟାପିକ ପ୍ରେମରେଖା ଭତ୍ରା , ନମିତା ଦଣ୍ଡସେନା , ଅଧ୍ୟାପକ ଜିମୂତ ନାୟକ , ସୁଶାନ୍ତ ମାଝୀ ଓ ଅଧ୍ୟାପକ ଡଃ . ରଞ୍ଜନ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା ।

nis-ad
Leave A Reply

Your email address will not be published.