ଏଏନଏମ ସେଣ୍ଟର ଗୃହ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ମାଲକାନଗିରି/କାଲିମେଳା (୨୬/୦୪) : ସରକାର ଗ୍ରାମାଞ୍ଚଳ ରେ ସ୍ଵାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ର ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମା ଠାରେ ଗୋଟିଏ ଲେଖାଏଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ (ଏ ଏନ୍ ଏମ୍ ସେଣ୍ଟର) ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି l ଏହି ପରିପ୍ରେକ୍ଷୀରେ ଆଦିବାସୀ ବହୁଳ ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଠାରେ ଏହି ଏଏନଏମ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି l ଜାତୀୟ ସ୍ଵାସ୍ଥ୍ୟ ମିସନ ଆନୁକୁଲ୍ୟରେ ଏହି ଗୃହ ଗୁଡିକ ନିର୍ମାଣ କରାଯାଉଥିବା ବେଳେ କାଲିମେଳା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଅତି ନିମ୍ନ ମାନର ଏହି ଗୃହ ନିର୍ମାଣ କାଯ୍ୟ ଚାଲିଥିବା ଦେଖିବାକୁ ମିଳିଛି l ଆଦିବାସୀ ଲୋକମାନଙ୍କ ପାଇଁ ଚିନ୍ତା କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଗୃହ ନିର୍ମାଣ କରିବା ପାଇଁ ବ୍ୟୟବରାଦ କରିଥିବା ବେଳେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ଯ ଚଳାଇଛନ୍ତି l ସୂଚନା ଅନୁଯାଇ କାଲିମେଳା ବ୍ଲକ ଅନ୍ତର୍ଗତ ମାରିଗେଟା, ତେଲରାଇ ଜାକଲକଣ୍ଡି ଭଳି ଅନେକ ସ୍ଥାନରେ ଏହି ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି l ମାରିଗେଟା ପାଇଁ ୫ ଲକ୍ଷ ତେଲରାଇ ପାଇଁ ୪ ଲକ୍ଷ ଓ ଜାକଲକଣ୍ଡି ପାଇଁ ବ୍ଲକ ଏବଂ ଏନ୍ତେ ଆର୍ବେ ଏଚ୍ ଏମ୍ଏ ତରଫରୁ ୪ ଲକ୍ଷ ୨୫ ହଜାର ଟଙ୍କା ବିନିମୟରେ ଏହି ଗୃହ ନିର୍ମାଣ ଚାଲିଛି l ଏହି ସେଣ୍ଟର ରେ ଚାଲିଥିବା ଗୃହ ନିର୍ମାଣ ପାଇଁ କାଲିମେଳା ଅଞ୍ଚଳର ଜଣେ ଠିକାଦାର ଙ୍କୁ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି l ଏବଂ ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଏହି ଠିକାଦାର କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି l ବିଭାଗ ପକ୍ଷରୁ ବିନା ଟେଣ୍ଡର ରେ ଏହି କାର୍ଯ୍ୟ ଗୁଡିକ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି l ତେବେ ମାରିଗେଟା, ତେଲରାଇ ଓ ଜାକଲକଣ୍ଡି ଠାରେ ହେଉଥିବା ଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ବହୁତ୍ ଖରାପ ବାଲି ମେଟାଲ ବ୍ୟବହାର କରି କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି l ଏଠାରେ ରଫ ବାଲି ସାଙ୍ଗକୁ ପୂକୁଡା ମେଟାଲ୍ ଦେଇ କାର୍ଯ୍ୟ ଚାଲିଛି l ଏବଂ ଗୃହର ଫାଉଣ୍ଡେସନ ମଧ୍ୟ କମ୍ ଉଚ୍ଚ ର ଏବଂ ପଥର ସ୍ଥାନରେ ଇଟା ବ୍ୟବହାର କରି କାର୍ଯ୍ୟ ହେଇଥିବା ବେଳେ ଏହି ଗୃହ ଗୁଡିକ ଅତି କମ୍ ସମୟ ଭିତରେ ଭୁଶୁଡ଼ି ପଡିବାର ଆଶଙ୍କ ଦେଖା ଦେଇଚି l ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟ ଗୁଡିକ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି କିନ୍ତୁ ମାଲାକାନଗିରି ଠାରେ ଥିବା ଜାତୀୟ ସ୍ଵସ୍ଥ୍ଯ ମିସନ୍ ର ଯନ୍ତ୍ରୀ ଏହି କାର୍ଯ୍ୟ ଗୁଡିକ ତଦାରଖ ନ କରି ଜିଲ୍ଲାରେ ବସି ରହୁଥିବା ବେଳେ ଠିକାଦାର ଜଣକ ମନ ଇଛା କାର୍ଯ୍ୟ ଚଳାଇଛନ୍ତି l କମ୍ ମୂଲ୍ୟର ସମାଗ୍ରୀ ବ୍ୟବହାର କରି ଠିକାଦାର ମାଲାମାଲ ହେଉଛନ୍ତି l ଏଥିସହ ସ୍ୱାସ୍ଥ୍ୟ ବିଭାଗ ରେ ହେଉଥିବା ସମସ୍ତ କାର୍ଯ୍ୟ ଗୁଡିକ ଜଣେ ମାତ୍ର ଠିକାଦାର ଙ୍କୁ ଅଧିକାରୀ ଅନୁକମ୍ପା ଦେଖାଇ ସମସ୍ତ କାର୍ଯ୍ୟ ହସ୍ତାନ୍ତର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି l ସମ୍ପୃକ୍ତ ଠିକାଦାର ଅଞ୍ଜନ ରାଉତ ଓରଫ ଲୁନା ଏହି କାର୍ଯ୍ୟ କରୁଥିବା ସୂଚନା ମିଳିଛି l ସୂଚନା ଅନୁଯାଇ ଅଞ୍ଜନ ରାଉତ ଙ୍କ ସ୍ତ୍ରୀ ସ୍ୱlସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଵାମୀ କେଉଁ ଆଧାରରେ ଏହି ସବୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ବିଭାଗ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟ ଗୁଡିକ ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି l

nis-ad
Leave A Reply

Your email address will not be published.