ଆଉ ୫ ଦିନ ପ୍ରଚଣ୍ଡ ତାତି, ହିଟ ୱେଭ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର:ବଢୁଛି ତାତି। ଅସହ୍ୟ ହେଲାଣି ରୌଦତାପ। ଗରମ ବଢ଼ୁଥିବାର ରାସ୍ତା ଘାଟ ମଧ୍ୟ ଶୂନଶାନ ହେଇପଡୁଛି। ପୂର୍ବାହ୍ନ ୧୧ ଟା ପରେ ରାସ୍ତାରେ ଗାଡି ଚଳାଚଳ କମିଯାଉଛି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ବର୍ତ୍ତମାନ ତାତିରୁ ନାହିଁ ଆଶ୍ବସ୍ତି । ତାତିରୁ ତ୍ରାହି ମିଳିବା ପାଇଁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଆଉ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧିପାଇବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସ୍ବାଭାବିକ ତାପମାତ୍ରା ଠାରୁ ରାଜ୍ୟରେ ୩ ରୁ ୫ ଡିଗ୍ରୀ ଅଧିକ ପାରଦ ଥିବାରୁ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ହିଟ ୱେଭ ଓ୍ବାର୍ଣ୍ଣିଂ ଦିଆଯାଇଛି। ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର,ସମ୍ବଲପୁର,ସୋନପୁର, ଅନୁଗୁଳ, ଦେବଗଡ଼ର କିଛି ସ୍ଥାନରେ ଅଧିକ ତାପମାତ୍ରା ରହିବାର ସମ୍ଭାବନା ଥିବାରୁ ହିଟ ୱେଭ ଓ୍ବାର୍ଣ୍ଣିଂ ଦିଆଯାଇଛି।

ଆସନ୍ତା ୩ ତାରିଖ ପଯ୍ୟନ୍ତ ଖରାରୁ ନାହିଁ ନିସ୍ତାର। ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ ଅସହ୍ୟ ଖରା। ୩୦ତାରିଖ ପର୍ଯ୍ୟନ୍ତ ଜଳିବ ଉପକୂଳ ଓଡ଼ିଶା। ଏହାପରେ ୧ ତାରିଖରୁ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ୨୮ ରୁ ୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏପରିକି ୪୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଛୁଇଁବାର ଆଶଙ୍କା ରହିଛି।

nis-ad
Leave A Reply

Your email address will not be published.