ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ: ଚେଲ୍ଲା କୁମାର

ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ପିସିସି ପରିବର୍ତ୍ତନ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ସମୟରେ ସଂଗଠନକୁ କିପରି ସୁଦୃଢ କରିବା ସେନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୟରେ ପରବର୍ତ୍ତି ପିସିସି ସଭାପତି କିଏ ହେବ । ସେ ନେଇ ଅନେକ ବିଧାୟକ ନିଜ ନିଜ ମତାମତ ଦେଇଛନ୍ତି ।

୨୦୧୯ ନିର୍ବାଚନ ପରାଜୟ ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି । ତେଣୁ ତାଙ୍କୁ ପରିବର୍ତ୍ତନ କରାଯାଇ ନୂଆ ପିସିସି ସଭାପତି ନିଯୁକ୍ତି ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ମାନସ ମନ୍ଥନ ଆରମ୍ଭ କରିଛନ୍ତି । ପିସିସି ସଭାପତି ପରିବର୍ତ୍ତନ ସହ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦଳରେ ଦାବି ହେଉଛି ।

ଦଳର ବରିଷ୍ଠ ନେତାମାନେ ପିସିସି ସଭାପତି ରେସ୍‌ରେ ଅଛନ୍ତି । ଆଲୋଚନା ପରେ ପାର୍ଟି ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।

nis-ad
Leave A Reply

Your email address will not be published.