ମେ ୨ ଯାଏଁ ୟୁଜି ଓ ପିଜି କ୍ଲାସ୍‌ରୁମ୍ ପାଠପଢା ବନ୍ଦ

ଭୁବନେଶ୍ଵ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ବୁଧବାର ଠାରୁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭରସିଟିରେ କ୍ଲାସ୍ ବନ୍ଦ। ପ୍ରଚଣ୍ଡ ଖରା ଯୋଗୁଁ ଆସନ୍ତା ମେ ୨ ତାରିଖ ଯାଏଁ ୟୁଜି ଓ ପିଜି କ୍ଲାସ୍‌ରୁମ୍ ପାଠପଢା ବନ୍ଦ ରହିବ। ତେବେ ପରୀକ୍ଷା ଖାତା ମୂଲ୍ୟାୟନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବବତ୍ ଜାରି ରହିବ।

ଅପର ପକ୍ଷରେ ରାଜ୍ୟରେ ଆଜି ଠାରୁ ୫ ଦିନ ପାଇଁ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ଏପ୍ରିଲ୍ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

nis-ad
Leave A Reply

Your email address will not be published.