ମନ୍ଦିର ସୁରକ୍ଷିତ ଅଛି କି ନାହିଁ ଗଜପତି କେମିତି କହିବେ : ବିଜୟ ମହାପାତ୍ର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଏନେଇ ଗତକାଲି ଗଜପତି ଦେଇଥିବା ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ ।

ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଏଏସଆଇ କହିବ, ଏନେଇ ଆଇନରେ ବ୍ୟବସ୍ଥ୍ା ଅଛି । ଗଜପତି କଣ ଅଧିକୃତ ଅଧିକାରୀ କି?

କେବଳ ଏତିକି ନୁହେଁ ବିଜୟ ଏଏସଆଇର କାର୍ଯ୍ୟକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି । ସୂଚନା ଅଧିକାର ବଳରେ ତଥ୍ୟ ମିଳୁଛି କିନ୍ତୁ କୋର୍ଟଙ୍କୁ କିଭଳି ଏଏସଆଇ ତଥ୍ୟ ଦେଇପାରୁନି ସେନେଇ ପ୍ରଶ୍ନ କରିଛନ୍ତି ବିଜୟ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହାର ଅନୁଧ୍ୟାନ କରିବାର ଦାୟିତ୍ୱ ଏଏସଆଇର । ପୂର୍ବରୁ ମଧ୍ୟ ମନ୍ଦିରରୁ ପଥର ଖସିବା ବେଳେ ଏଏସଆଇ ଆସି ଅନୁଧ୍ୟାନ କରିଥିଲା । କିନ୍ତୁ ଏବେପର୍ଯ୍ୟନ୍ତ ମନ୍ଦିର ଉପରେ କଣ ପ୍ରଭାବ ପଡିବ ସେନେଇ ଏଏସଆଇ ପକ୍ଷରୁ କୌଣସି ଯାଞ୍ଚ କରାଯାଇନାହିଁ । କିଛି ଏଭଳି କହି ଉଭୟ ଗଜପତି ଓ ଏଏସଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜୟ ।

nis-ad
Leave A Reply

Your email address will not be published.