ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଏଭଲି କରିଥିବା ଜଣାପଡିଛି । ଉକ୍ତ ଶିକ୍ଷୟତ୍ରୀ ଏକ ଦାବି ନେଇ ଆନ୍ଦୋଳନ କରିଥିଲେ ।

ସେହି ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ୱାମୀ ଆକ୍ରୋଶର ଶୀକାର ହୋଇଥିବା ଜଣାପଡିଛି । ଟାଉନ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ।

ସେହିପରି ସିସିଟିଭି ଫୁଟେଜରୁ ଜଣାପଡିଛି ଶିକ୍ଷୟତ୍ରୀ ଓ ତାଙ୍କର ସ୍ୱାମୀ ପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀ ସେନାପତିଙ୍କୁ କିଛି ପ୍ରସଙ୍ଗରେ ଅଭିଯୋଗ କରିଥିଲେ । ଏହାପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ସ୍ୱାମୀ ସୁମନ ସାହୁଙ୍କ ଏକ ମୁଥା ମାଡରେ ଜିଲ୍ଲା ଶିକ୍ଷା ଅଧିକାରୀ ତଳେ ପଡିଯାଇଥିଲେ । ପରେ ଶିକ୍ଷୟତ୍ରୀ ମଧ୍ୟ ଆକ୍ରମଣ କରିଥିଲେ ।

nis-ad
Leave A Reply

Your email address will not be published.