ହେମଗିର ବ୍ଲକରେ ଆରମ୍ଭ ହେଲା ୧୫ଟି କଳିକା କେନ୍ଦ୍ର


ସୁନ୍ଦରଗଡ଼ (୨୫/୦୪) : କଳିକା କେନ୍ଦ୍ର ଦ୍ଵାରା ଶିଶୁଙ୍କୁ ପୁଷ୍ଟିକର ଖାଦ୍ଯ ଯୋଗାଇ ପୁଷ୍ଟିହୀନତା ଦୂରେଇବା ସହିତ ମାଁ ମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ସହିତ ରୋଜଗାରକ୍ଷମ କରି ପାରିବ ଆଜି ଗିରିସୀମା, ଝାରପଲମ ଓ ଲୁଆବାହାଲ ଗ୍ରାମରେ କଳିକା କେନ୍ଦ୍ର ଉଦଘାଟନ କରି ମତ ପ୍ରଦାନ କରିଛନ୍ତି ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡର ସହାୟତାରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା “ସେବକ ” ର ପ୍ରତିନିଧିତ୍ୱରେ ହେମଗିରି ବ୍ଲକର ୧୫ ଟି ଗ୍ରାମରେ କଳିକା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି କଳିକା କେନ୍ଦ୍ରର ପ୍ରତିଷ୍ଠା ହେବାଦ୍ବାରା ୬ ମାସ ରୁ ୩ ବର୍ଷ ବୟସର ଶିଶୁ ମାନଙ୍କର ସଠିକ ଯତ୍ନ ନିଆଯାଇ ପାରିବ ତଥା ସେମାନଙ୍କ ଅପପୃଷ୍ଟି ରୁ ରକ୍ଷା କରାଯାଇ ପାରିବ | ଏହି କେନ୍ଦ୍ର ମାଧ୍ୟମରେ ଉନ୍ନତ ତଥା ଯୋଗ୍ୟ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଶିଶୁ ମାନଙ୍କୁ ପୃଷ୍ଟିକର ତଥା ସୁଷମ ଖାଦ୍ୟ ଦିଆଯିବା ସହିତ ସେମାନଙ୍କର ପ୍ରାରମ୍ଭିକ ଶିକ୍ଷାର ବିକାଶ ପାଇଁ ମଧ୍ୟ ଉଚିତ ଧ୍ୟାନ ଦିଆ ଯାଇ ପାରିବ |

କର୍ମଜୀବି ମିହିଳା ମାନେ ନିଜର କୋମଳମତି ଶିଶୁଙ୍କୁ ଏହି କେନ୍ଦ୍ରରେ ଛାଡି ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟ କରିପାରିବେ ତଥା ରୋଜଗାକ୍ଷମ ହୋଇପାରିବେ। ଆଜି ଶେଷ ପର୍ଯ୍ୟାୟର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଯୋଗଦାନ କରିଥିବା ବେଳେ ଝାରପଲମ ଓ ଗିରିସୀମା ଠାରେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରବା ମାଝୀ ତଥା ଲୁଆବାହାଲ ଠାରେ ସରପଞ୍ଚ ସୁନନ୍ଦା କାଲୋ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏଥି ସହିତ ହେମଗିର ବ୍ଲକର ୧୫ ଟି ଗ୍ରାମ ଯଥା:- ମୁଣ୍ଡରକ୍ଷେତ, ବିଲେଇମୁଣ୍ଡା , ଚକରା, ନୁଆଡିହି, ଗର୍ଜନଜୋର୍ ,ଡୁଙ୍ଗୁରିଡିହି, ଟାଂଗରଡ଼ିହ, ଗିରୀପୁର ,ନୂଆପଡା, ଝୁଲେନବର, ବେହେରା ମୁଣ୍ଡା, କାଉଦର, ଲୁଆବାହାଲ, ଝାରପଲମ ଓ ଗିରିସୀମା ଠାରେ ଚାରୋଟି ପର୍ଯ୍ୟାୟରେ କଳିକା କେନ୍ଦ୍ରର ଉଦଘାଟନ କରାଯାଇ ଶିଶୁ ମଙ୍ଗଳ ପରିପ୍ରେକ୍ଷୀରେ ସମର୍ପିତ କରାଯାଇଛି I ସେବକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅମୀୟକାନ୍ତ ନାଏକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ହୋଇଥିବା ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ, ଆଙ୍ଗନବାଡି କର୍ମୀ, ଆଶା, ୱାର୍ଡ ମେମ୍ବର ମାନେ ଯୋଗଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କଳିକା କେନ୍ଦ୍ରର ତୃପ୍ତିମୟୀ ବେହେରା, ସଞ୍ଜୁକ୍ତା ବାରିକ, ଆର୍ଟିଳାନା ସରେଙ୍ଗ ଓ ଶିଲ୍ପା ସରେଙ୍ଗ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.