ଟ୍ରାକ୍ଟର ସହିତ କଞ୍ଚାଶାଳ ଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର


ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟର କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି l ଜବତ ହୋଇଥିବା ଶାଳ କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ହଜାର ରୁ ଉର୍ଧ୍ୟ ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି l ୨ଜଣ ଗିରଫ ଅଭିଯୁକ୍ତ ପାଙ୍ଗା ଲି ଗ୍ରାମର ସାମସନ ପ୍ରଧାନ ଓ ନରେନ୍ଦ୍ର ପ୍ରଧାନ ଉହାମାହା ଜଙ୍ଗଲରୁ ବିରାଗାଡ଼ା ଗ୍ରାମକୁ ଟ୍ରାକ୍ଟର ରେ କାଠ ଚାଲାଣ ବେଳେ ଧରିଲା ବନ ବିଭାଗ ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରଶ୍ନ ପାତ୍ର ଙ୍କ ସମେତ ଫାୟାର ସ୍କ୍ୱାର୍ଡ ଜବତ କରିବାରେ ସାମିଲ ଥିଲେ l ଜବତ ହୋଇଥିବା ଟ୍ରାକ୍ଟର ନଂ. ଓଡି-୧୨-୧୨୨୮ ଏନେଇ ବନ ବିଭାଗର କେଶ ନମ୍ବର ୨-୨୨/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି l

nis-ad
Leave A Reply

Your email address will not be published.