ବିଦ୍ୟାଳୟ ସ୍ତରରେ ସାଇବର ହ୍ୟାକିଙ୍ଗ ବାବଦରେ ସଚେତନ କରୁଛନ୍ତି ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଯୁବ ଏଥିକାଲ ସାଇବର ହ୍ୟାକର ସୌମ୍ୟରଞ୍ଜନ ସାହୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସାଇବର କ୍ରାଇମ୍ ବାବଦରେ ବିଭିନ୍ନ ଜାଣିବା ତଥ୍ୟ ପ୍ରଦାନ କରୁଛନ୍ତି ସୌମ୍ୟରଞ୍ଜନ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ କିଛିଦିନ ହେଲା ସାଇବର ହ୍ୟାକରମାନଙ୍କ ଶିକାର ହୋଇ ଜାଣତରେ ଓ ଅଜାଣତରେ ଲୋକେ ଲକ୍ଷଲକ୍ଷ ଟଙ୍କାର ଲୁଟର ଶୀକାର ହେଲେଣି। ଏହାର ପ୍ରତିକାର ପାଇଁ ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ପାଇଁ ସୌମ୍ୟରଞ୍ଜନ ନିଜେ “ହ୍ୟାକ ଟେକ୍ ଇମ୍ଫୋ” ନାମରେ ଏକ କମ୍ପାନୀ ଆରମ୍ଭ କରି, ଜିଲ୍ଲା ରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆରମ୍ଭ କରିଛନ୍ତି। ଫୁଲବାଣୀ ର କେନ୍ଦ୍ରୀୟ ବିଦ୍ୟାଳୟ ଓ ପବ୍ଲିକ୍ ସ୍କୁଲରେ ଦେଢ ଘଣ୍ଟିଆ ସଚେତନତା କାର୍ଯ୍ୟକ୍ରମ ଜରିଆରେ, ଆଜିକାଲି ପିଲା ମାନେ ଅନଲାଇନରେ ପାଠ ପଢ଼ିବାବେଳେ କିଭଳି ଭାବେ ସାଇବର ହ୍ୟାକିଙ୍ଗ ର ଶୀକାର ହେଉଛନ୍ତି ଏପରିକି ହ୍ୟାକରମାନ ଓଟିପି ନ ଜାଣି କେବଳ ମୋବାଇଲ୍ ନମ୍ବର ଜରିଆରେ ହ୍ଯାକିଙ୍ଗ କରୁଛନ୍ତି ସେହି ବାବଦରେ ସଚେତନ କରୁଛନ୍ତି ସୌମ୍ୟରଞ୍ଜନ। ଆଗକୁ ଫୁଲବାଣୀ ର ଅନ୍ୟ ବିଦ୍ୟାଳୟରେ ମଧ୍ୟ ସେ ପିଲା ମାନଙ୍କୁ ସାଇବର ହ୍ଯାକିଙ୍ଗ ବାବଦରେ ଟିଭି ଜରିଆରେ ସଚେତନ କରାଇବେ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.