ଘରର ଝରକା ଭାଙ୍ଗି ସୁନା, ଓ ଟଙ୍କା ଚୋରି

ଦାରିଙ୍ଗବାଡ଼ି,୨୩/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ପଶି ସୁନା ଓ ଟଙ୍କା ଚୋରି କଲେ ଦୁର୍ବୁତ୍ତ । ଅଭିଯୋଗ ପ୍ରକାରେ, ପ୍ରଭାକର ଦିଗାଲ ନିଜ ପରିବାର ସହ ଗତ ୨ ତାରିଖ ଦିନ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି କରି ଶୁକ୍ରବାର ଦିନ ସନ୍ଧ୍ୟାରେ ପହଂଚି କବାଟ ଖୋଲି ଦେଖିବା ବେଳେ ଘରେ ଚୋର ମାନେ କଳାକନା ବୁଲେଇ ଦେଇଛନ୍ତି । ଘରର ଝରକା ତାଡ଼ି ଘର ଭିତରେ ରହିଥିବା ଦୁଇଟି ଆଲମେରା ଭାଙ୍ଗି ୧୨୦ ଗ୍ରାମ ସୁନା, ନଗଦ ୩୦ ହଜାର ଟଙ୍କା ଓ ୫ ଗୋଟି ପାଟଶାଢ଼ୀ ଚୋରି କରିନେଇଥିଲେ ଦୁର୍ବୁତ୍ତ। ଏନେଇ ପ୍ରଭାକର ଶନିବାର ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦାରିଙ୍ଗବାଡ଼ି ପୋଲିସ ମାମଲା ନଂ70/22 ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଦାରିଙ୍ଗବାଡ଼ି ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.