ମାନବଅଧିକାର କ୍ଷୁର୍ଣ୍ଣ ସହ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ଶବ୍ଦ ପ୍ରଦୂଷଣ ଉପରେ କାର୍ଯ୍ୟାନୁଷ୍ଠାନ କେବେ..?

ବ୍ରହ୍ମପୁର / ଭୁବନେଶ୍ୱର : ର୍ତ୍ତମାନ ରାଜ୍ୟ ରେ ପ୍ରାଥମିକ ବିଦ୍ୟାଳୟ ରୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା ସମୟ। ଘରେ ଘରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଚି। ଦୁଇ ଦିନ ପରେ ସି ବି ଏସ ଇ ପରୀକ୍ଷା । ପିଲାଙ୍କ ପରୀକ୍ଷା ସମୟ ରେ ଶାନ୍ତି ପରିବେଶ ପାଇଁ ବିପଦ ଡି ଜେ ର କର୍କଶ ଶବ୍ଦ। ବର ଯାତ୍ରୀ ଦଳ ମାଡି ଆସୁଛନ୍ତି ଡି ଜେ ଗାଡ଼ି ସହ। ଅଭିଭାବକ ମାନେ ବଡ଼ ଅ ସହାୟ। ପିଲାଙ୍କ ପାଇଁ ଶାନ୍ତି ଟିକେ ପାଇଁ ବ୍ୟାକୁଳ ହୋଇ ଆସୁଥିବା ପିତା ମାତା ମଧ୍ୟ ନିରୁପାୟ। ନିରୀହ ଭାବରେ ଚାହୁଁ ଥିବା ପିଲା ଙ୍କୁ ଦେଖି ଡି ଯେ ବନ୍ଦ ପାଇଁ ପଦେ କହିଲେ ଉଗ୍ର ଆଧୁନିକ ନୃତ୍ୟ ଓ ସଙ୍ଗୀତ ଶବ୍ଦ ରେ ନାଚୁଥିବା ଅବିବେକି ମଣିଷ ଗୁଡାକ ଏମିତି ମାଡ଼ି ଆସୁଛନ୍ତି ଯେ ତାଙ୍କୁ କହି ବିପଦ ଡାକିଲା ପରି ମନେ ହୁଏ।
ପ୍ରଶାସନ ନୀରବ ଦ୍ରଷ୍ଟା। ଡିଜେ ର ଯନ୍ତ୍ରଣା ରେ ଅନେକ ରୋଗୀ ନାହିଁ ନଥିବା ଅସୁବିଧା ଓ କଷ୍ଟ ପାଉଛନ୍ତି। ବଡ଼ ଦୁଷ୍ଟ ଚରିତ୍ର ଙ୍କ ହାତରେ ଡି ଯେ ଗ୍ରୁପ୍। ଏହି ଗ୍ରୁପ୍ ଙ୍କ ମଧ୍ୟ ରେ ପ୍ରତିଯୋଗୀତା ହୁଏ କିଏ କେତେ ଶବ୍ଦ କରି ରାସ୍ତା ଗୁଡ଼ିକ କଂପେଇ ପାରୁଚି। ଏ ସମାଜ ରେ ଏପରି କର୍କଶ ସଂଗୀତ ଶବ୍ଦ ଓ ମ୍ୟୁଜିକ୍ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଚିନ୍ତା ପ୍ରକଟ କରି ଥିବା ବେଳେ ସଂପ୍ରତି ଡି ଯେ ଗ୍ରୁପ୍ ର ଶବ୍ଦ ପାଇଁ ଅମ ପ୍ରଶାସନ ନୀରବ। ଦୁନିଆ ରେ ଶବ୍ଦ ପ୍ରଦୂଷଣ ପାଇଁ କଠୋର ଦଣ୍ଡ ବିଧାନ ଆଇନ ରହି ଥିବା ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ର ଉତ୍ତର ଦାୟିତ୍ଵ ବହନ କରୁଥିବା ଚରିତ୍ର ଙ୍କ ନିରବତା କାହିଁକି। କେବେ ବନ୍ଦ ହେବ ଏହି ଡି ଜେ ଶବ୍ଦ ଓ ଆଲୋକ ବର୍ଣାଲି ରେ ନାଚି ସମାଜ ପାଇଁ ବିପଦ ସାଜିଥିବା ଚରିତ୍ର ଙ୍କ ଉଗ୍ର ମାନସିକତା। ବର୍ତ୍ତମାନ ରାଜ୍ୟ ସରକାର ଗୁରୁ ଦାୟିତ୍ଵ ପାଳନ ପୂର୍ବକ ତୁରନ୍ତ ଶବ୍ଦ ପ୍ରଦୂଷଣ ଉପରେ ଧ୍ୟାନ ଦେଇ ଡି ଜେ ଶବ୍ଦ ପ୍ରଦୂଷଣ କୁ ବନ୍ଦ କରିବା ଜରୁରୀ। ବିବାହ ପାଇଁ ବାଟରେ ବର କୁ ନେଇ ଯାଉଥିବା ବର ଯାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହେଉଥିବା ଡି ଜେ ନାଚ ଓ ଗୀତ ଦ୍ଵାରା ଯଦି କାହାର କ୍ଷତି ହୁଏ ଏହା ମାନବ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଧରି ନେବାକୁ ହେବ। ଏଣୁ ଡି ଜେ ଶବ୍ଦ ପ୍ରଦୂଷଣ କୁ ବିରୋଧ କରି ଦଣ୍ଡ ବିଧାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତି ଜରୁରୀ। କେତେ ଶବ୍ଦ କରି ବାଟ ରେ ଯିବାକୁ ହେବ ତର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଥିବା ବେଳେ ସରକାର ଙ୍କ ନୀତି ଦୁର୍ବଳ ହେତୁ ଡି ଜେ ଶବ୍ଦ ପ୍ରଦୂଷଣ ଆଜି ମାତ୍ରାଧିକ ଭାବ ରେ ବଢ଼ୁଚି। ଛୋଟ ଛୋଟ ପିଲା , ବୟସ୍କ ଲୋକଙ୍କର ଜୀବନଯାପନ ଉପରେ ପ୍ରଭାବ ପକାଇବା ସହ ରୋଗୀ ଜୀବନ କୁ ଦୁର୍ବିସହ କରୁଥିବା ଡି ଜେ ର ଯନ୍ତ୍ରଣା ଉପଶମ ନିମନ୍ତେ କେବଳ ଦଣ୍ଡ ବିଧାନ ଆବଶ୍ୟକ। ନିଜ ଆନନ୍ଦ ଉଲ୍ଲାସ ପାଇଁ ଅନ୍ୟ କୁ ଦୁଃଖ ଦେବା ମାନବ ଅଧିକାର ଆଇନ କୁ ବୁଝି ନ ଥିବା ମଣିଷ ଙ୍କ ଏକ ପ୍ରକାର ଉଗ୍ର ମାନସିକ ର ପ୍ରମାଣ। ଆଜି ଡି ଜେ କୁ ଉତ୍ସାହିତ କରି ଆସୁଥିବା ମଣିଷ ଙ୍କୁ ଉପଯୁକ୍ତ ଶାସ୍ତି ହିଁ ଏକ ମାତ୍ର ବିକଳ୍ପ ନଚେତ ସମାଜ ପାଇଁ କ୍ଷତି ସାବ୍ୟସ୍ତ ହେଉ ଥିବା ଡି ଜେ ର କର୍କଶ ଶବ୍ଦ ରେ ପ୍ରଦୂଷଣ ମଣିଷ ପାଇଁ ସମାଜ ପାଇଁ ବିପଦ ହେଉଚି ଏବଂ ହେବ ।କେତେ ଦିନ ନିରୀହ ମଣିଷ ଚୁପ୍ ରହିବ?

nis-ad
Leave A Reply

Your email address will not be published.