ଗୁଟଖା ବିଜ୍ଞାପନ ଲାଗି କ୍ଷମା ମାଗିଲେ ଅକ୍ଷୟ କୁମାର 

ମୁମ୍ବାଇ: କୋଟି କୋଟି ଟଙ୍କାର ବିଜ୍ଞାପନକୁ ଛାଡ଼ିଲେ ଅକ୍ଷୟ କୁମାର। ଏକ ପ୍ରମୁଖ ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପଦବୀରୁ ଓହରି ଯାଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଗୁଟ୍‌ଖା ଭଳି ନିଶା ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବାରୁ ପ୍ରବଳ ସମାଲୋଚନାର ଶିକାର ହୋଇ ଥିଲେ ଅକ୍ଷୟ କୁମାର। ଏମିତିକି ପାନ୍‌ ମସାଲା ବ୍ରାଣ୍ଡରେ ଅକ୍ଷୟ କୁମାର ଯୋଡ଼ି ହୋଇଥିବାରୁ ଭୀଷଣ ଟ୍ରୋଲ ହୋଇଥିଲେ।
ସୋଶାଲ ମିଡିଆରେ ଅକ୍ଷୟ କୁମାରଙ୍କ ପ୍ରତି ଆକ୍ଷେପ ଓ ଛି-ଛାକର ବଢ଼ିବା ପରେ ସେ ନିଷ୍ପତ୍ତି ବଳାଇଛନ୍ତି। ଏବେ ସେ ଆଉ ଟବାକୋ ବ୍ରାଣ୍ଡର ଆଉ ଆମ୍ବାସଡର ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗୁରୁବାର ରାତିରେ ତାଙ୍କ ଶୋସାଲ ମିଡିଆରେ ଘୋଷାଣା କରି ଗୁଟ୍‌ଖା ବ୍ରାଣ୍ଡକୁ ନାଁ କହିଛନ୍ତି। ଏମିତି କି ସେ ନିଜ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ବଲିଉଡ୍‌ର ଶହାରୁଖ୍‌ ଖାନ୍‌ ଓ ଅଜୟ ଦେବଗନଙ୍କ ପରେ ପାନମସାଲା ବ୍ରାଣ୍ଡର ପ୍ରମୋସନ ପାଇଁ ଅକ୍ଷୟ କୁମାର ଯୋଗ ଦେଇଥିଲେ। ହେଲେ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍‌ମାନେ ନାପସନ୍ଦ କରିଥିଲେ। ଏନେଇ ସୋଶାଲ ମିଡିଆରେ ଅକ୍ଷୟ କୁମାରଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କ ବିରୋଧରେ ବିଭିନ୍ନ ପ୍ରତିକ୍ରିୟାମାନ ଆସିଥିଲା।
ପ୍ରଂଶକଙ୍କ ସମାଲୋଚନା ଓ ପରାମର୍ଶକୁ ସମ୍ମାନ ଜଣାଇ ଅକ୍ଷୟ କୁମାର ସେମାନଙ୍କୁ କ୍ଷମା ମାଗିଛନ୍ତି। ଅକ୍ଷୟ କୁମାର କହିଛନ୍ତି ଯେ, ମୋର ଏହି ନିଷ୍ପତ୍ତି ପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି। ଗତ କିଛି ଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ଏମିତି ବି ଗୁଟଖାର ପ୍ରଚାର-ପ୍ରସାରକୁ ମୁଁ ପସନ୍ଦ କରେନି। ‘ବିମଲ ଲାଇଚି’ ସହ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନେ ନାପସନ୍ଦ କରିଛନ୍ତି। ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଜଣାଉଛି। ଆଉ ଖୁବ ବିନମ୍ରତାର ସହ ମୁଁ ଏହି ପଦ ତ୍ୟାଗ କରୁଛି ବୋଲି ଅକ୍ଷୟ କୁମାର କହିଛନ୍ତି । ତେବେ ସେ ବିଜ୍ଞାପନ ଓ ପ୍ରଚାରର ପ୍ରସାର ବାବଦକୁ ଯାହା ଟଙ୍କା କମେଇଛନ୍ତି ତାହା ଜନମଙ୍ଗଳକାରୀ ଉଦ୍ଦେଶ୍ୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ନିକଟରେ ସମ୍ପୃକ୍ତ ପାନମସଲାର ଏକ ବିଜ୍ଞାପନ ଭିତ୍ତିକ ଭିଡିଓ ରିଲିଜ୍‌ ହୋଇଥିଲା। ଯେଉଁଥିରେ ଶାହାରୁଖ ଖାନ୍‌ ଏବଂ ଅଜୟ ଦେବଗନ୍‌ ‘ବିମଲ ୟୁନିଭର୍ସ’କୁ ଅକ୍ଷୟ କୁମାର ସ୍ୱାଗତ କରୁଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ବଡ଼ ଅଡ଼ୁଆ ପଡ଼ିଥିଲେ ଅକ୍ଷୟକୁମାର।

nis-ad
Leave A Reply

Your email address will not be published.