ଫୁଲବାଣୀ ଡାକମଣ୍ଡଳ ତରଫରୁ ଡାକ ମେଳା ଅନୁଷ୍ଠିତ


ଫୁଲବାଣୀ : ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଠାରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏ ଏସ ପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଫୁଲବାଣୀ ସବ ଡିଭିଜନର ଏ ପିଆଇ ସଂଜୟ କୁମାର ଦୋରା, ଶେଷ ଦେଵ ସାହୁ,ଡ଼ିଓ ପିଏଲାଇ ସଂଗ୍ରାମ କେଶରୀ ପ୍ରଧାନ ଏବଂ ଓଭରସିଅର ଅଭୟ ମେଲ ପ୍ରମୁଖ ଉପସ୍ଥିତ ଥିଲେ।ସଭାରେ ଡାକ ବିଭାଗର ସମସ୍ତ ସ୍କିମ ବିଷୟରେ ଏବଂ ଏହାର ଉପକାରୀତା ବିଷୟ ରେ ଅବଗତ କରାଇଥିଲେ । ଏଥି ସହିତ ଜନସଚେତନତା ପାଇଁ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସହ ସମସ୍ତ ବିପିଏମ ଏବିପିଏମ ମାନେ ମିଶି ଏକ ଗ୍ରାମ ପରିକ୍ରମା ର ଆୟୋଜନ କରିବା ସହ ବୀମା ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଫୁଲବାଣୀ ସବ ଡିଭିଜନର ସମସ୍ତ ବିପିଏମ ଓ ସ୍ଥାନୀୟ ସରପଞ୍ଚ,ଅଙ୍ଗନ ୱାଡି କର୍ମୀ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.