ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡକାଳୀ ଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ସକଳେଶ୍ଵର ମହାଦେବଙ୍କ ସିଂହଦ୍ଵାର ସଂସ୍କାର ଓ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ସମରଝୋଳ ଗ୍ରାମ ଓ ଛକ ସହ ସମସ୍ତ ମନ୍ଦିର ପରିସରରେ ମହାପ୍ରଭୁଙ୍କ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଗ୍ରାମର ମୁଖ୍ୟ ରାସ୍ତାରେ ଜାତୀୟ ରାଜପଥ ଗ୍ରାମ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଆଲୋକମାଳାରେ ସୁସଜ୍ଜିତକରାଯଯିବା ନେଈ ମନ୍ଦିର ପରିସରରେ ସମରଝୋଳ ଗ୍ରାମ ବାସୀ ଓ ମାଁ ଦଣ୍ଡକାଳୀ ଵଣିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁଚନା ଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ମାସ ୩୦/୪ ରିଖ ଶନିବାର ଦିନ ଦିକ୍ଷା ଗ୍ରହଣ, ଅଙ୍କୁରାରୋପଣ, ନାମଯଜ୍ଞ ,ଅର୍ନଯଜ୍ଞ ଆରମ୍ଭ ମେ ମାସ ୧ ରଵିବାର ଶ୍ରଦ୍ଧାଳୁ ଗାଁ ମହିଳାଙ୍କ ଦ୍ବାରା କଳସ ଯାତ୍ରା, ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ୫ ରିଖ ଗୁରୁବାର ସମସ୍ତ ମହା ପ୍ରଭୁଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଯିବ, ୬ତାରିଖ ଶୁକ୍ରବାର ରେ ନଗର ପରିକ୍ରମା, ପାର୍ଶ୍ୱ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ପୂର୍ଣାହୁତି ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ଆଜି ଚାଲିଥିବା ମନ୍ଦିରର ଯଜ୍ଞସ୍ଥଳ ପ୍ରସ୍ତୁତି କାର୍ଯ୍ୟ ସହ ଯାତ୍ରା ପଡ଼ିଆରେ ହେବାକୁ ଥିବା ପ୍ରସାଦ ସେବନ ସ୍ଥାନ ଓ ନାମ ସଂକୀର୍ତ୍ତନ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନ ଗୁଡିକରେ ଚାନ୍ଦୁଆ ବନ୍ଧା ଯିବା ସହ ସଂକୀର୍ତ୍ତନ ମଣ୍ଡଳୀ ରହିବା ବ୍ୟବସ୍ଥା ଆଦି କାର୍ଯ୍ୟ ମନ୍ଦିର କମିଟି ମୁଖ୍ୟ ଓ ମୁଖ୍ୟ। ଯାଜ୍ଞିକ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଙ୍କ ସହ ସମରଝୋଳ ଗ୍ରାମ ବାସୀ କହିଛନ୍ତି। ଶେଷ ପର୍ଯ୍ୟାୟରେ ୬ ରିଖ ଶୁକ୍ରବାର ରାତ୍ରି ୪ଘଣ୍ଟା ୩୦ ମି ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ସାମାଜିକ ନାଟକ ମୁଁ ସେଈ ଭଦ୍ରକିଆ ଟୋକା ପରିଵେଷଣ ହେବ ବୋଲି ଗ୍ରାମବାସୀମାନେ ସୁଚନା ଦେଇଛନ୍ତି

nis-ad
Leave A Reply

Your email address will not be published.