ପ୍ରତିକ୍ଷିତ ମା ତାରା ତାରିଣୀ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ…


ଛତ୍ରପୁର : ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ଙ୍କ ପ୍ରତିଷ୍ଠା ଉସବ ଆସନ୍ତା ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ପାଳନ କରାଯିବ । ଏଥି ସକାଶେ ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୈଠକରେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ପୀଠ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ୫୦ କୋଟିର କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବାକୁ ଯାଉଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଶୁଭ ଦ୍ରୁଷ୍ଟିରୁ ଏହି ମନ୍ଦିର ତା’ର ସ୍ଵତନ୍ତ୍ର ସ୍ଥାନ ବଜାଇ ରଖି ପାରିଛି । ଏହି ଅବସରରେ PWD ଓ RD ଙ୍କ ର ଅବଦାନ କୁ ଧନ୍ୟବାଦ ଜଣାଇଥିଲେ । ମନ୍ଦିର ଟିର ପ୍ରତିଷ୍ଠା ଉସବ ଦୀର୍ଘ ୫ ଦିନ ବ୍ୟାପୀ ବିଭିନ୍ନ ନୀତିକର୍ମ ଦ୍ଵାରା ଆୟୋଜନ ହେବ । କେଉଁ ଦିନ କେଉଁ ନୀତି ହେବ, କେଉଁମାନଙ୍କ ପୌରହିତରେ ଅନୁଷ୍ଠିତ ହେବ, ଯାତ୍ରା ସମୟରେ କେଉଁଭଳି ବ୍ୟବସ୍ଥାମାନ ସର୍ବସାଧାରଣଙ୍କ ସୁବିଧା ଦ୍ରୁଷ୍ଟିରୁ କରଯାଇଥିଲା, ସେହି ସମସ୍ତ ବ୍ୟବସ୍ଥା କରାଯିବ । ୫ ଲକ୍ଷ ରୁ ୭ ଲକ୍ଷ ଜନଗହଳି ହେବାର ସମ୍ଭାବନା କୁ ଦ୍ରୁଷ୍ଟିରେ ରଖି ବ୍ୟବସ୍ଥା କରାଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ, ତଥା କୋଭିଡ ର ପ୍ରକୋପ ସମ୍ଭାବନା ହେତୁ (ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ନିମନ୍ତ୍ରଣ ନ କରି କେବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଗଣ ଉକ୍ତ ପ୍ରତିଷ୍ଠା ଉସବରେ ସାମିଲ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ) । ପୁରୀ ମନ୍ଦିରର ମୁକ୍ତି ମଣ୍ଡପର ସ୍ବୀକୃତି ଆବଶ୍ୟକ ହେବ । ଗଞ୍ଜାମ ଜିଲ୍ଲାର ୬ ଗୋଟି ତାଲୁକାର ରାଜ ପଣ୍ଡିତ ବର୍ଗଙ୍କୁ ନିମନ୍ତ୍ରଣ ରହିବ । ଏହି ଉସବ ପାଳନ ସକାଶେ ବିଭିନ୍ନ କମିଟି ଗଠନ କରି ଶାନ୍ତି ଶୃଙ୍ଖଳାର ସହିତ ଏବଂ ଦୁର୍ଘଟଣା ବିହିନ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ବଜାଇ ରଖିବା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ମତ ରଖିଥିଲେ । ସମସ୍ତ ସ୍ଥାନରେ CCTV ର ବ୍ୟବସ୍ଥା କରାଯିବ । ମନ୍ଦିର ପରିବେଶକୁ ସଫା ସୁତୁରା କରିବା ଦିଗରେ ଜନସଚେତନତା ଆବଶ୍ୟକ । ସ୍ଥାୟୀ ଭାବେ ପାଦ ଧୋଇବା ସ୍ଥାନ, ପାନୀୟ ଜଳ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ,ପୁରୀ ଗଜପତି ମହାରାଜ,ଶଙ୍କରଚାର୍ଜ୍ୟ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ୱଳ୍ପ ଦିନ ଥିବା ହେତୁ ସମସ୍ତ ବ୍ୟବସ୍ତାକୁ ତ୍ବରାନିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି,ଉପ-ଜିଲ୍ଲାପାଳ ବ୍ରହ୍ମପୁର, ଭି.କୀର୍ତିଭାସନ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ,ନୀଳ ମାଧବ ଭୋଇ,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଟି. କେ.ରେଡ୍ଡୀ, ତାରା ତାରିଣୀ ମନ୍ଦିର ଉନ୍ନୟନ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ତହସିଲଦାର ପୁରୁଷୋତ୍ତମପୁର,ନିତେଶ ତ୍ରିପାଠୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୁରୁଷୋତ୍ତମପୁର ବିଜୟ କୁମାର ବେହେରା,ମନ୍ଦିର ସେବାୟତ ସଂଘର ସଭାପତି,ତପନ କୁମାର ରଣା, ପୂଜକ ସନତ କୁମାର ରଣା, ବିଷ୍ଣୁ ପ୍ରସାଦ ରଣା, ରାମଚନ୍ଦ୍ର ରଣା ,ଜଗନ୍ନାଥ ରଣା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.