ମାଲକାନଗିରି : ଭାରତ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତୀ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆକାଂକ୍ଷୀ ଜିଲ୍ଲା ଭାବରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟ।ୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ‘ ସ୍ଥାନୀୟ ଶାସନ ବ୍ୟବସ୍ତା ର ଉନ୍ନତି ସହିତ ଭାରତର ପରିବର୍ତ୍ତନ’ ଶୀର୍ଷକ ପ୍ରବନ୍ଧ ଉପରେ ଅଂଶଗ୍ରହଣକାରିମାନେ ତାଙ୍କର ନିଜସ୍ଵ ମତାମତ ଉଲ୍ଲେଖ କରିଥିଲେ, ତନ୍ମଧ୍ୟରୁ ପରବର୍ତ୍ତୀ ସମୟରେ ୧ମ, ୨ୟ ଓ ୩ୟ ଚୟନ କରାଯାଇ ପୁରସ୍କୃତ କରାଯିବ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ଶ୍ରୀଯୁକ୍ତ ବିରସେନ ପ୍ରଧାନ ଅନୁଷ୍ଟାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ କହିଥିଲେ ଯେ ପ୍ରତେଙ୍କଙ୍କ ନିଜସ୍ଵ ଉନ୍ନତ ଚିନ୍ତାଧାରା ଦ୍ଵାରା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଭାରତ କୁ ସମୃଦ୍ଧ କରାଯାଇପାରିବ। ଏହି କାର୍ଯ୍ୟକ୍ରମକୁ ଉପ-ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ତଥା ନୋଡାଲ ଅଫିସର, ମାଲକାନଗିରି ଶ୍ରୀଯୁକ୍ତ ହରମୋହନ ବିଶ୍ଵାଳ ପରିଚାଳନା କରିଥିବାବେଳେ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ଡଃ. ରଞ୍ଜନ ସ୍ଵାଇଁ ଓ ପିରାମଳ ଫାଉ6ଣ୍ଡସନ ର ଗାନ୍ଧୀ ଫେଲୋ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟ।ୟରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ତର୍କ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଟିତ ହେବ।
Sign in
Sign in
Recover your password.
A password will be e-mailed to you.