ଡ୍ରାଇଭର ମହାସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଭୁବନେଶ୍ୱର ଡିସିପି

ଭୁବନେଶ୍ବର: ଡ୍ରାଇଭର ମହାସଂଘ ବିକ୍ଷୋଭ ଘଟଣାରେ ୩ଟି ମାମଲା ରୁଜୁ । ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଥିଲେ । ବିକ୍ଷୋଭ ପାଇଁ ଅନୁମତି ନଥିଲା । ଯେଉଁମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ମହାସଂଘର ନେତାଙ୍କର କର୍ମୀଙ୍କ ଉପରେ ନିୟନ୍ତ୍ରଣ ନଥିବା କହିଛନ୍ତି ଡିସିପି । ଗତକାଲି ୧୧ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଡ୍ରାଇଭର । ଯାହାକୁ ନେଇ ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା ।

nis-ad
Leave A Reply

Your email address will not be published.