ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତ ର ଆକୁର ଗ୍ରାମ ଠାରେ ମାଲକାନଗିରି ପାଣ୍ଡ୍ରିପାଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୌରୀ ପଡ଼ିଆମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି । ଉକ୍ତ ସ୍ୱାସ୍ଥ୍ୟ ଶିବିର ରେ ୭୮୧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଔଷଧ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ.ପ୍ରଫୁଲ୍ଲ ନନ୍ଦ ,ଡ.ସନ୍ଧ୍ୟାରାଣୀ ପଟ୍ଟନାୟକ ,ଡ.ପ୍ରଫୁଲ ବେହେରା ,ଡି ଏମ୍ ଆର ସି ଏଚ୍ ବନବିହାରି ମିଶ୍ର ,ବିଭିଡ଼ି ଅଜିତ ଦଳେଇ ,ଡ. ଧନେଶ୍ୱର ମହାପାତ୍ର ,ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ , ବ୍ଲକ ସ୍ତରୀୟ ସମସ୍ତ ଚିକିତ୍ସା ଅଧିକାରୀ ,ବ୍ଲକ ସ୍ତରର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ ତଥା ଉଡୁପା ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ବୁରୁଦା ,ସରପଞ୍ଚ ଗଙ୍ଗା ମାଡକାମୀ ଓ ସମସ୍ତ ୱାର୍ଡ ସଭ୍ୟ ,ସମସ୍ତ ଆଶା ,ଅଙ୍ଗନବାଡି ଟିମ ସାହାର୍ଯ୍ୟ କରିଥିଲେ ।
Sign in
Sign in
Recover your password.
A password will be e-mailed to you.