ରାଜ୍ୟରେ ୪୩.୫ଂ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର, ଟ୍ୱିନ ସିଟିରେ ତାପମାତ୍ରା ଛୁଇଁଲା ୪୦ଂ

ଭୁବନେଶ୍ୱର: ରାଜ୍ୟର ସୋମବାର ୪୦ଂ ଛୁଇଁଛି ଟ୍ୱିନସିଟିରେ ତାପମାତ୍ରା । ଭୁବନେଶ୍ୱରରେ ସର୍ବାଧିକ ୪୦.୨ଂ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ସର୍ବାଧିକ ୪୦.୫ଂ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ସୋମବାର ଟ୍ୱିନ ସିଟି ସହ ରାଜ୍ୟର ୨୧ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରେକର୍ଡ କରାଯାଇଛି । ଯେଉଁଥିରେ ୪୩.୫ଂ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ରହିଛି ଅନୁଗୁଳ । ଏହାପଛକୁ ବଲାଙ୍ଗିରରେ ୪୩.୨ଂ, ବାରିପଦାରେ ୪୨ଂ, ଝାରସୁଗୁଡ଼ାରେ ୪୧.୮ଂ, ସମ୍ବଲପୁର ୪୧.୩ଂ, ଟିଟିଲାଗଡ଼ ୪୧.୭ଂ, ସୋନପୁର ୪୧.୬ଂ, ବୌଦ୍ଧ ୪୨ଂ, ଭବାନୀପାଟଣା ୪୧ଂ, ହୀରାକୁଦ ୪୦.୭ଂ, ସୁନ୍ଦରଗଡ଼ ୪୨ଂ, କେନ୍ଦୁଝର ୪୧ଂ, କେନ୍ଦ୍ରାପଡ଼ା ୪୦.୫ଂ । ନୂଆପଡ଼ା, ଦେଓଗଡ଼, ଯାଜପୁର, ଭଦ୍ରକ ରେ ୪୦ଂ ତାପମାତ୍ରା ରେକର୍ଡ କରାଯାଇଛି ।

nis-ad
Leave A Reply

Your email address will not be published.